କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ, ଏକାସଙ୍ଗେ ପାର୍କିଂ ହୋଇପାରିବ ୧୮୦ଟି ବସ୍

Published By : Prameya-News7 Bureau | January 23, 2021 IST

କଟକ ୨୩।୧: କଟକରେ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବସ୍ ଟର୍ମିନାଲ ପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ । ଖାନନଗରରେ ୧୨ ଏକର ଜାଗାରେ ନିର୍ମାଣ ହେବାକୁ ଯାଉଛି ଏହି ଅତ୍ୟାଧୁନିକ ବସ୍ ଟର୍ମିଟାଲ୍‌ । ଏହି ବସ୍‌ ଟର୍ମିନାଲ୍‌ରେ ୧୮୦ଟି ବସ୍ ପାର୍କିଂ କରି ହେବ ।

{"id":396931,"sizeSlug":"large","linkDestination":"none"}

ଭୁବନେଶ୍ବରରୁ ହେଲିକାପ୍ଟରେ ଯୋଗେ କଟକ ଉପର ବାଲିଯାତ୍ରା ପଡିଆରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରୁ ସିଧାସଳଖ କଟକ ଓଡିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ପତାକା ଉତ୍ତୋଳନ ମଧ୍ୟ କରିଥିଲେ।

{"id":396932,"sizeSlug":"large","linkDestination":"none"}

ସେଠାରୁ ମୁଖ୍ୟମନ୍ତ୍ରୀ ଖାନନଗରେ ହେବାକୁ ଥିବା ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କରିଥିଲେ। ବସ୍ ଟର୍ମିନାଲ ଅଞ୍ଚଳ ପରିଦର୍ଶନ କରି ଏହାର ନକ୍ସା ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ୧୨ ଏକର ସ୍ଥାନରେ ଏହି ବସ୍ ଟର୍ମିନାଲ ନିର୍ମାଣ ହେବ। ସେଥିପାଇଁ ୬୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ବସ୍ ଟର୍ମିନାଲରେ ଏକାଥରେ ୧୮୦ଟି ବସ୍ ରହିପାରିବା ଭଳି ବ୍ୟବସ୍ଥା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.