Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ରାଜ୍ୟରେ ଲଗାତର ବାଘ ଓ ହାତୀ ମୃତ୍ୟୁ ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ଥିତି ସମୀକ୍ଷା

16/11/2018 at 10:02 AM

ଭୁବନେଶ୍ବର ୧୬|୧୧: ରାଜ୍ୟରେ ଲଗାତର ବାଘ ଓ ହାତୀ ମୃତ୍ୟୁ ଘଟଣା ପରେ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦେବ୍ରିଗଡ଼ ପରେ ସାତକୋଶିଆରେ ବାଘ ମୃତ୍ୟୁକୁ ନେଇ ରାଜ୍ୟ ସରକାର ଚାପକୁ ଆସିଯାଇଥିବାରୁ , ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିଥିଲେ । ସେହିପରି ଢେଙ୍କାନାଳ ଏବଂ ଆଠମଲ୍ଲିକ ହଣ୍ଡପା ରେଞ୍ଜରେ ହାତୀ ମୃତ୍ୟୁ ମଧ୍ୟ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେବେ ବିଦ୍ୟୁତ୍ ଆଘାତରେ ଯେମିତି କୌଣସି ହାତୀର ମୃତ୍ୟୁ ନହୁଏ ସେନେଇ ପଦକ୍ଷେପ ନେବା ଲାଗି ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ବିଦ୍ୟୁତ୍ ତାରକୁ ମାଟି ତଳେ ନେବା ଲାଗି ନିଷ୍ପତ୍ତି ହୋଇଛି । ନଭେମ୍ବର ସୁଦ୍ଧା ଏହାକୁ ସାରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ସେହିପରି ହାତୀ ଚଲାବୁଲା କରୁଥିବା ଅଞ୍ଚଳରେ ରାତିରେ ବିଦ୍ୟୁତ୍ କାଟ୍ କରିବା ଲାଗି ନିଷ୍ପତ୍ତି ହୋଇଛି । ହାତୀ ଚଳାଚଳ ନେଇ ବନ ବିଭାଗ ସଂପୃକ୍ତ ଜିଲ୍ଲାକୁ ମଧ୍ୟ ଖବର ଦେବ ।

   Related Posts