Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ବାରିପଦାରେ ୧୫୦କୋଟି ଟଙ୍କା ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ସହ ୪ଟି ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

30/01/2019 at 3:41 PM

 ବାରିପଦା ୩୦|୧: ବାରିପଦା ଗସ୍ତରେ ଯାଇ ୧୫୦କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ୧୧ଟି ପ୍ରକଳ୍ପର ଉଦଘାଟନ କରିଥିବାବେଳେ ୬ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଯେଉଁଥିରେ ରହିଛି ଉଦଳା ବ୍ଲକ୍ ରେ ଚମ୍ପା ନଦୀ ଉପରେ ହାଇଲେଭଲ ବ୍ରିଜ୍ ର ଉଦଘାଟନ, ଶୂଳିଆପଦା ବ୍ଲକ୍ ପାଇଁ ୩ଟି ପାଇପଲାଇନ୍ ଜଳଯୋଗାଣ ପ୍ରକଳ୍ପର ଉଦଘାଟନ, ତକତପୁରଠାରେ ଏମପିସି କଲେଜର ୪ଶହ ସିଟ୍ ବିଶିଷ୍ଟ ଛାତ୍ରୀନିବାସର ଉଦଘାଟନ । ସେହିପରି ବଡସାହି ବାରିପଦା ବ୍ଲକ୍ ର ବୁଢାବଳଙ୍ଗ ନଦୀ ଉପରେ ଏବଂ ଉଡା ନାଳ ଉପରେ ହାଇଲେଭଲ ସେତୁର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ ଐତିହାସିକ ଛଉ ପଡ଼ିଆରେ ମିଶନ ଶକ୍ତି ମହାସମାବେଶରେ ଯୋଗଦେଇ ୪ଟି ବଡ ଘୋଷଣା ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରେ ରହିଛି ବାରିପଦା ଛଉ ଗବେଷଣା ପାଇଁ ଛଉ ଏକାଡେମୀ ପ୍ରତିଷ୍ଠା କରାଯିବ । ବାରିପଦାକୁ ଫ୍ଲାସ୍ ଫ୍ଲଡରୁ ରକ୍ଷା କରିବା ଲାଗି ରିଙ୍ଗ୍ ବନ୍ଧ ମଧ୍ୟ ନିର୍ମାଣ କରାଯିବ । ସେହିପରି ୭୦ହଜାର ଜମାକାରୀଙ୍କ ଟଙ୍କା ଜମାଥିବା ଅର୍ବାନ ବ୍ୟାଙ୍କ୍ ଅଚଳ ହୋଇପଡିଥିବାବେଳେ ଏହାର ପୁନଃରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମିଶନଶକ୍ତି କାର୍ଯ୍ୟକ୍ରମରେ ପ୍ରାତ ୫୦ହଜାରରୁ ଅଧିକ ମହିଳା ଯୋଗଦେଇଥିଲେ । ୨୦ହଜାରରୁ ଉର୍ଦ୍ଧ୍ବ ଏସଏଚଜି ଗ୍ରୁପକୁ ପ୍ରତି ଗ୍ରୁପ୍ ପିଛା ୧୫ହଜାଜାର ଟଙ୍କାର ସିଡ୍ ମନି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି ଦିନ ୧୨ଟା ୨୦ରେ ମୁଖ୍ୟମନ୍ତ୍ରୀ ପୋଲିସ ପଡ଼ିଆରେ ପ୍ରସ୍ତୁତ ହେଲିପ୍ୟାଡ୍ ରେ ଅବତରଣ କରିବା ପରେ ସଭାସ୍ଥଳକୁ ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଦଳୀୟ କାର୍ଯ୍ୟକର୍ତ୍ତ।ଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ବାରିପଦା ସହର ସାରା ବିଜେଡିର ହୋର୍ଡିଂ ଓ ପୋଷ୍ଟରରେ ଛାଇଯାଇଥିଲା । ଗତ ୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରିପଦା ଗସ୍ତ ସମୟରେ ଯେଉଁଠାରେ ଉଦବୋଧନ ଦେଇଥିଲେ,  ଠିକ୍ ସେହି ସ୍ଥାନରେ ହିଁ ସଭା କରିଛନ୍ତି ନବୀନ ।

   Related Posts