ସମ୍ବଲପୁରରେ ୧୯ଟି ପ୍ରକଳ୍ପର ଉଦ୍‌ଘାଟନ ସହ ୧୪ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | February 01, 2019 IST

ସମ୍ବଲପୁର ୧|୨: ଦିନିକିଆ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ରେ ୬ଟି ଜିଲ୍ଲା ବିଜୁ ଯୁବବାହୀନ କନ୍‌କ୍ଲେଭ୍‌କୁ ଉଦ୍‌ଘାଟନ କରିବା ସହ ଯୁବବାହିନୀ କର୍ମୀ ମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି ।

{"id":80656}

ମୁଖ୍ୟମନ୍ତ୍ରୀ ତାଙ୍କ ଘୋଷଣାରେ ସମ୍ବଲପୁରର ନୂଆ ୫ଟି ପ୍ରକଳ୍ପ ପାଇଁ ଘୋଷଣା ମଧ୍ୟ କରିଛନ୍ତି । ୩୦ହଜାରରୁ ଉର୍ଦ୍ଧ୍ବ ବିଜୁ ଯୁବବାହିନୀ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନଦୀ ଉପରେ ନିର୍ମିତ ଦ୍ବିତୀୟ ସେତୁକୁ ଉଦ୍‌ଘାଟନ କରିଛନ୍ତି । ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ, ୧୯ଟି ପ୍ରକଳ୍ପର ଉଦ୍‌ଘାଟନ କରିବା ସହ, ୧୪ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋଟ୍ ୨୫୦କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିଥିବା ବେଳେ, ୬ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ବୀରସୁରେନ୍ଦ୍ର ସାଏ ଷ୍ଟାଡିୟମରେ, ଆଞ୍ଚଳିକ ବିଜୁ ଯୁବବାହିନୀ କନକ୍ଲେଭ୍‌କୁ ଉଦ୍‌ଘାଟନ କରିଥିଲେ ।

{"id":80657}

ମାଳତୀ ଜୋର୍‌ ଉପରେ ୨୦କୋଟି ଟଙ୍କାରେ ଆଉ ଏକ ସେତୁ ନିର୍ମାଣ, ବାଲିବନ୍ଧା ନିକଟରେ ୧୦କୋଟି ଟଙ୍କା ମୂଲ୍ୟରେ ଆଉ ଏକ ସେତୁ ନିର୍ମାଣ, ଦୁର୍ଗାପାଲ୍ଲୀରୁ-ଜାତୀୟ ରାଜପଥ ରାସ୍ତାକୁ ୧୫କୋଟି ଟଙ୍କା ବ୍ୟୟରେ ଫୋର୍‌ ଲେନ୍‌ ବିଶିଷ୍ଟ କରିବା, ଜିଲ୍ଲା ସ୍କୁଲ୍‌ ଠାରୁ ନକ୍ସାପାଲ୍ଲୀ ରାସ୍ତାକୁ ୪୦କୋଟି ଟଙ୍କା ବ୍ୟୟରେ ଫୋର୍‌ ଲେନ୍‌ ବିଶିଷ୍ଟ କରିବା ଓ ବୀରସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ର ବିକାଶ ପାଇଁ ୩କୋଟି ଟଙ୍କା ଅନୁଦାନ ମଧ୍ୟ ଘୋଷଣା କରିଛନ୍ତି ।

{"id":80658}

ସମ୍ବଲପୁରରେ ଆୟୋଜିତ ବିଜୁ ଯୁବବାହିନୀ କନ୍‌କ୍ଲେଭ୍‌ରେ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ସୁନ୍ଦରଗଡ, ଅନୁଗୁଳ ଓ ବରଗଡର ପ୍ରାୟ ୩୦ହଜାର ଯୁବକ ଯୁବତୀ ଯୋଗ ଦେଇଥିଲେ। ମୁଁ ହିରୋ କାର୍ଯ୍ୟକ୍ରମ ଦ୍ବାରା କୃତିତ୍ବ ଅର୍ଜନ କରିଥିବା ଯୁବକ ଯୁବତୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନୀତ କରିଥିଲେ ।  ଏଥିରେ ପୁର୍ବ ପ୍ରସ୍ତୁତି ଅନୂସାରେ ସାହିତ୍ୟ ଚର୍ଚ୍ଚା,ସାଂସ୍କୃତିକ କାର୍ଯ୍ୟକ୍ରମ ସହ,ବିଭିନ୍ନ ସଚେତନତା କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ। ଏଭଳି ଏକ ଭିନ୍ନ ଧରଣର କାର୍ଯ୍ୟକ୍ରମରେ ଯୋଗଦେଇ,ବିଜୁଯୁବବାହିନୀର କର୍ମକର୍ତ୍ତମା ମାନେ ନିଜକୁ ଖୁବ୍‌ ଗର୍ବିତ ମନେ କରୁଥିବା କହିଛନ୍ତି ।

{"id":80659}

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରେ, କଳାପତକା ପ୍ରଦର୍ଶନ କରିବାକୁ ଯାଉଥିବା ବେଳେ, ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ସମେତ ୩୫ଜଣ ଓ କଂଗ୍ରେସର ୨୦ଜଣ କର୍ମୀଙ୍କୁ ବିଭିନ୍ନ ଥାନାରେ ଅଟକ ରଖାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି, ସହରରେ ୨୫ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯିବା ସହ, ୫୦ଜଣ ଅଫିସରଙ୍କୁ ନିୟୋଜିତ କରାଯାଇଥିଲା ।

{"id":80660}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.