କେନ୍ଦ୍ରାପଡାରେ ମେଗା ପାଇପ୍ ପାଣି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | December 08, 2018 IST

କେନ୍ଦ୍ରାପଡା ୦୮|୧୨: କେନ୍ଦ୍ରାପଡାରେସମସ୍ତେ ବିଶୁଦ୍ଧ ପାନୀୟ ଜଳ ସୁବିଧା ପାଇବେ । ଆଜି ବସୁଧା ଯୋଜନାରେ ମେଗା ପାଇପ ପାଣି ପ୍ରକଳ୍ପରଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାକାଳପଡା  ସରୁମୁହିଁଠାରେ ମେଗା ପାଇପ ୱାଟର ସପ୍ଲାଇ ପ୍ରୋଜେକ୍ଟରଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ । ୨୪୧ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହେବ । ଏହାଦ୍ବାରା ମହାକାଳପଡା ଓ ମାର୍ଶାଘାଇ ବ୍ଲକର୩୨ଟି ପଞ୍ଚାୟତର ୨୦୦ଟି ଗାଁ ଲୋକେ ଉପକୃତ ହେବେ । ବିଭିନ୍ନ ସ୍ଥାନରେ ମୋଟ୍ ୨୯ଟି ଓଭର ହେଡ ଟାଙ୍କିକରାଯାଇ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ । ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଶେଷକରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ପରେ ମହାକାଳପଡାରେ ଏକ ବିରାଟ ସାଧାରଣ ସଭାରେ ଜନସାଧାରଣଙ୍କୁଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.