Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ସରକାରଙ୍କ ପର୍ଯ୍ୟଟନ ୱେବ୍ ସାଇଟ୍ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ ଲାଭବାନ ହେବ ପର୍ଯ୍ୟଟନ ଶିଳ୍ପ

26/07/2019 at 10:42 PM

ଭୁବନେଶ୍ବର ୨୬।୭: ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାକୁ ଅଧିକ ଆକର୍ଷକ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଏକ ନୂତନ ୱେବ୍‌ସାଇଟ୍‌ ‘www.odishatourism.gov.in’ ରଶୁଭାରମ୍ଭ କରାଯାଇଛି । ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୱେବ୍‌ସାଇଟର ଉଦଘାଟନ କରିବା ସହ ଏହା ରାଜ୍ୟ ପର୍ଯ୍ୟଟନର ବିକାଶରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

ବାତ୍ୟା ଫନୀ  ପରେ ଓଡ଼ିଶା  ପର୍ଯ୍ୟଟନ ଶିଳ୍ପ କ୍ଷତିଗ୍ରସ୍ତ ହେବା ସହ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା  ହ୍ରାସ ହୋଇଛି। ତେବେ ଅବସ୍ଥା ଏବେ ଧିରେ ଧିରେ ସୁଧୁରୁବାରେ ଲାଗିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ପର୍ଯ୍ୟଟନ ଶିଳ୍ପର ବିକାଶ ହେଲେ ଯୁବପୀଢ଼ିଙ୍କୁ ଅଧିକ ନିଯୁକ୍ତି ମିଳି ପାରିବ। ଏହି ନୂତନ ୱେବସାଇଟ ମାଧ୍ୟମରେ  ପର୍ଯ୍ୟଟକ  ସେମାନଙ୍କ ‘ଟୁର ପ୍ଲାନ’, ଆଗୁଆ ଟିକେଟ ଏବଂ ହୋଟେଲ ବୁକିଂ, ଟ୍ରାଭେଲ ଗାଇଡ଼ ସୁବିଧା ଆଦି ପାଇ ପାରିବେ।

ୱେବସାଇଟ ଦ୍ବାରା ପର୍ଯ୍ୟଟକଙ୍କ ସମେତ ଟୁର ଅପରେଟର, ଟ୍ରାଭେଲ ଏଜେନ୍ସୀ ଓ ସରକାର ସମାନ ଉପକୃତ ହେବେ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି । ଓଡ଼ିଶାର ପର୍ଯ୍ୟଟନ ବିକାଶରେ ଡିଜିଟାଲ ଟେକ୍ନୋଲୋଜିର ଭୂମିକା ମହତ୍ବପୂର୍ଣ୍ଣ ଏବଂ ଏହା  ହସ୍ପିଟାଲିଟି ସେକ୍ଟରକୁ ମଧ୍ୟ ପ୍ରୋତ୍ସାହିତ କରୁଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି  ୱେବସାଇଟ ଉଦଘାଟନ ଉତ୍ସବରେ ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ପର୍ଯଟନ ଶିଳ୍ପ ଜଗତର ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

   Related Posts