ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ରାପଡା ଗସ୍ତ ; ମେଗା ପାଇପ୍ ୱାଟର ସପ୍ଲାଇ ପ୍ରୋଜେକ୍ଟର କରିବେ ଶିଳାନ୍ୟାସ

Published By : Prameya-News7 Bureau | December 08, 2018 IST

କେନ୍ଦ୍ରାପଡା ୦୮|୧୨: ଆଜି ଦିନିକିଆ କେନ୍ଦ୍ରାପଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାକାଳପଡା ପେଣ୍ଠଛେଲା ସ୍ଥିତ ସରୁମୁହିଁଠାରେ ମେଗା ପାଇପ ୱାଟର ସପ୍ଲାଇ ପ୍ରୋଜେକ୍ଟ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ୨୪୧ କୋଟି ୯୩ ଲକ୍ଷଟଙ୍କା ବ୍ୟୟରେ ନିର୍ମାଣ ହେବ ପ୍ରକଳ୍ପ । ପ୍ରକଳ୍ପ ହେଲେ ମହାକାଳପଡା ଓ ମାର୍ଶାଘାଇ ବ୍ଲକର ୩୨ଟି ପଞ୍ଚାୟତର ୨୦୦ଟି ଗାଁ ଲୋକେ ଉପକୃତ ହେବେ । ବିଭିନ୍ନ ସ୍ଥାନରେ ମୋଟ୍ ୨୯ଟି ଓଭର ହେଡ ଟାଙ୍କି କରାଯାଇ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ । ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ପରେ ମହାକାଳପଡା କୋଚିଳା ରେଡକ୍ରସ ବାତ୍ୟା ଅଶ୍ରୟସ୍ଥଳୀ ପଡିଆଠାରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଦେଓ ରଞ୍ଜନ କୁମାର ସିଂ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.