ରାଜ୍ୟର ୯୫ଟି ପୌରାଞ୍ଚଳରେ ୫ଶହ ନୂଆ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | November 24, 2018 IST

ଖୋର୍ଦ୍ଧା ୨୪|୧୧:  ରାଜ୍ୟର ୯୫ଟି ପୌରାଞ୍ଚଳରେ ୫ଶହ ନୂଆ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଜଳ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଆଇଆଇଟି, ନାଇଜର, ଇଡକୋ ତଥା ଖୋର୍ଦ୍ଧା ଏବଂ ଜଟଣୀ ମ୍ୟୁନିସିପାଲିଟି ପାଇଁ ବୃହତ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୯୫ଟି ପୌରାଞ୍ଚଳରେ ୫ଶହ ନୂଆ ପାନୀୟ ଜଳ ପ୍ରକଳ୍ପ ପାଇଁ ୪୦୮ କୋଟି ବିନିଯୋଗ ହୋଇଛି । ଖୋର୍ଦ୍ଧା, ଜଟଣୀ ପୌରାଞ୍ଚଳର ନାଇଜର, ଇଡକୋ, ଆଇଆଇଟି ପାଇଁ ୧୮୨ କୋଟି ବ୍ୟୟ ମଞ୍ଜୁରୀ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.