ରାଜ୍ୟରେ ୩୮ଟି ନୂତନ ଆହାର କେନ୍ଦ୍ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | February 11, 2019 IST

ଭୁବନେଶ୍ବର ୧୧|୨: ରାଜ୍ୟର ନୂତନ ଆହାର ଯୋଜନାର ହେଲା ଶୁଭାରମ୍ଭ । ୧୭ଟି ଜିଲ୍ଲାରେ ୩୮ଟି ସହରାଞ୍ଚଳ ପାଇଁ ୩୮ଟି ନୂତନ ଆହାର କେନ୍ଦ୍ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗରିବ ଲୋକଙ୍କୁ ଶୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ଖାଦ୍ୟ ।

{"id":84094}

୨୦୧୫ ଏପ୍ରିଲ ୧ତାରିଖରେ ଆହାର ଯୋଜନା ଶୁଭାରମ୍ଭ ହୋଇଥିଲା । ଏବେ ୧୫୭ଟି ଆହାର କେନ୍ଦ୍ରରେ ପ୍ରତିଦିନ ୧ଲକ୍ଷ ଭୋଜନ ଯୋଗାଇ ଦିଆଯାଉଛି । ଏହି କ୍ରମରେ ଯୋଡିହେବ ଆଉ ୩୮ଟି ନୂଆ ଆହାର କେନ୍ଦ୍ର । ରାଜ୍ୟ ସଚ୍ଚିବାଳୟରୁ ଏହି ଆହାର କେନ୍ଦ୍ରର ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.