ଘରେ ଘରେ ଟ୍ୟାପ୍ ଯୋଗେ ମିଳିବ ବିଶୁଦ୍ଧ ପାନୀୟ ଜଳ, ‘ସୁଜଳ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | October 13, 2020 IST

ଭୁବନେଶ୍ବର ୧୩।୧୦: ଡ୍ରିଙ୍କ ଫ୍ରମ ଟ୍ୟାପ୍ ମିଶନ ବା ସୁଜଳ ଯୋଜନାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଏହି ଯୋଜନା ମାଧ୍ୟମରେ ସୁବିଧାରେ ସ୍ବଚ୍ଛ ଜଳ ଯୋଗାଇ ଦିଆଯିବ । ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବର ଓ ପୁରୀର ୧୨ଟି ଜୋନରେ ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ । ଏହି ଯୋଜନା ଦ୍ବାରା ଉଭୟ ସହରର ପ୍ରାୟ ୨ ଲକ୍ଷ ଲୋକ ଉପକୃତ ହେବେ ।

ରାଜ୍ୟର ୪ଟି ସହର ଭୁବନେଶ୍ବର, ପୁରୀ, ରାଉରକେଲା ଓ ବ୍ରହ୍ମପୁରରେ ୩ ଲକ୍ଷ ଘରକୁ ପାନୀୟ ଜଳ ଯୋଗାଣ ପାଇଁ ମିଟର ସଂଯୋଗ ହୋଇଛି । ଏଥିରେ ଉପକୃତ ହେବେ ୨୨ଲକ୍ଷ ଲୋକ । ଓମ୍‌ବାଡ୍‌ସି ଓ ରାଜ୍ୟପାଣ୍ଠିରୁ ୧୩ ଶହ କୋଟି ଟଙ୍କା ବ୍ୟୟରେ ରାଜ୍ୟର ୧୫ଟି ସହରରେ ଟ୍ୟାପ୍ ସଂଯୋଗ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.