ଗଞ୍ଜାମ ରଙ୍ଗେଇଲୁଣ୍ଡା କୃଷକ ସମାବେଶରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ; ବିଭିନ୍ନ ପ୍ରକଳ୍ପର କଲେ ଉଦ୍‌ଘାଟନ ଓ ଶିଳାନ୍ୟାସ

Published By : Prameya-News7 Bureau | January 27, 2019 IST

ବ୍ରହ୍ମପୁର ୨୭|୧: ଦିନିକିଆ ଗଂଜାମ ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ଥିବା ରଙ୍ଗେଇଲୁଣ୍ଡାରେ ଆୟୋଜିତ ବିଶାଳ କୃଷକ ସମାବେଶରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନାରେ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି ନବୀନ ।

{"id":78598}

ବ୍ରହ୍ମପୁର ଭଞ୍ଜବିହାର କ୍ୟାମ୍ପସ ପରିସରରେ ଥିବା ରଙ୍ଗେଇଲୁଣ୍ଡାରେ ଆୟୋଜିତ କୃଷକ ସମାବେଶରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରେ ହେଲିକପ୍ଟରରେ ଓହ୍ଲାଇବା ପରେ ତାଙ୍କୁ ଦଳୀୟ କର୍ମୀମାନେ ସ୍ବାଗତ କରିନେଇଥିଲେ ନିକଟସ୍ଥ ସଭାମଞ୍ଚକୁ । ଏକ ବ୍ୟାଟେରି ଚାଳିତ ଗାଡ଼ିରେ ମୁଖ୍ୟମନ୍ତ୍ରୀ ଯାଉଥିବା ବେଳେ ଏୟାର ଷ୍ଟ୍ରିପର ଦୁଇପଟେ ଥିବା ଜନତା ତାଙ୍କୁ ସ୍ବାଗତ ଜଣାଇଥିଲେ। ଗସ୍ତ ସମୟରେ ଜିଲ୍ଲାରେ ପ୍ରାୟ ୧୧ ଶହ ଏକ କୋଟି ଟଙ୍କାର ବିଭିନ୍ନ ଯୋଜନାର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ୨୩୧ଟି ପ୍ରକଳ୍ପର ଉଦଘାଟନ ଓ ୪୮ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।

{"id":78599}

ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କାଳିଆ ଯୋଜନା ସଂପର୍କରେ ଅବଗତ କରାଇଛନ୍ତି । ଏହାସହ ସେମାନଙ୍କୁ ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି । ଏହି ସମାବେଶରେ ଜିଲ୍ଲାର ୨୨ ବ୍ଲକରୁ ଏକ ଲକ୍ଷ ଚାଷୀ ସାମିଲ୍ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ବଡ଼ କଥା ଥିଲା ଚାଷୀମାନଙ୍କର ଗହଣରେ ହିଁ ବସିଥିଲେ ମୁଖ୍ୟମନ୍ତ୍ରୀ । ୭ ଜଣ ଚାଷୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଥିଲେ ସଭାରେ।  ତେବେ ଏହି କାର୍ଯ୍ୟକ୍ରମ ସମୟରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏବଂ ବିକ୍ରମ ଆରୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.