ରାଜଧାନୀରେ ‘ମୋ ସାଇକେଲ’ ଆପ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
26/11/2018 at 12:42 PM

ଭୁବନେଶ୍ବର ୨୬|୧୧: ରାଜଧାନୀରେ ମୋ ସାଇକେଲ ଆପ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏୟାରପୋର୍ଟ ଛକରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋ ସାଇକେଲ ଆପକୁ ଉଦଘାଟନ କରିଛନ୍ତି। ଉଦଘାଟନୀ ଉତ୍ସବରେ ଭୁବନେଶ୍ବରର ସମସ୍ତ ବିଧାୟକ, ମେୟର ପ୍ରମୁଖ ଯୋଗଦେଇଥିଲେ। ଏଥିପାଇଁ ରାଜଧାନୀରେ ସ୍ବତନ୍ତ୍ର ସାଇକେଲ ଟ୍ରାକ୍ ପ୍ରସ୍ତୁତ କରାଯାଇଛି । ସାଧାରଣ ଲୋକଙ୍କୁ ସାଇକେଲ ଯୋଗାଇଦେବା ପାଇଁ ବିଡିଏ ପକ୍ଷରୁ ତିନୋଟି ସାଇକେଲ କମ୍ପାନୀ ସହିତ ଚୁକ୍ତି ସ୍ବାକ୍ଷର କରାଯାଇଛି । ଏହି ତିନୋଟି କମ୍ପାନି ରାଜଧାନୀରେ ନିଜ ନିଜ କମ୍ପାନିର ପ୍ରଥମ ପର୍ଯ୍ୟାୟରେ ୩ହଜାର ସାଇକେଲ ଯୋଗାଇଦେବେ । ରାଜଧାନୀରେ କମ୍ପାନୀ ପକ୍ଷରୁ ୧୨୦ଟିସ୍ଥାନରେ ସାଇକେଲ ଷ୍ଟାଣ୍ଡର ବ୍ୟବସ୍ଥା କରାଯାଇଛି । ଏଥିସହିତ ଗୋଟିଏ ସାଇକେଲ ଜଣେ ବ୍ୟକ୍ତି ଗୋଟିଏ ପଏଣ୍ଟରୁ ନେବା ପରେ ସେହି ସାଇକେଲକୁ ଯେ କୌଣସି ସାଇକେଲ ଷ୍ଟାଣ୍ଡରେ ଡିପୋଜିଟ୍ ଦେଇ ପାରିବେ। ଜଣେ ବ୍ୟକ୍ତି ଶହେ ଟଙ୍କା ଦେଇ ମେମ୍ବର ହେଲେ ଗୋଟିଏ ମାସ ପାଇଁ ୧୫ ଘଣ୍ଟା ସାଇକେଲ ଚଲାଇପାରିବ । ପ୍ରତ୍ୟେକ ଦିନ ଜଣେ ବ୍ୟକ୍ତି ଅଧଘଣ୍ଟା ସାଇକେଲ ନେବା ପରେ ଜଦି ଅଧିକ ସମୟ ଚାହାନ୍ତି ତେବେ ପ୍ରତି ଘଣ୍ଟାକୁ ୫ଟଙ୍କା ଅଧିକ ଦେବାକୁ ପଡିବ ।