ପୁରୀରେ 'କାଳିଆ' ମହାସମାବେଶ ; କାଳିଆ ଟଙ୍କା ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | January 25, 2019 IST

ପୁରୀ ୨୫|୧: ପୁରୀରେ 'କାଳିଆ' ମହାସମାବେଶ । ପୁରୀ ଉପକଣ୍ଠ ମାଳତୀପାଟପୁର ନିକଟ ରାହାଙ୍ଗିରିଆ ପଡିଆରେ ଅନୁଷ୍ଠିତ ହୋଇଛି ଚାଷୀ ମହାସମାବେଶ । 'କାଳିଆ' ଯୋଜନାରେ ଚାଷୀଙ୍କୁ ଟଙ୍କା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକକୁ ଟଙ୍କା ଟ୍ରାନ୍ସଫର କରାଯିବ । ୧୦ଜଣ ଚାଷୀଙ୍କୁ କାଳିଆ ସହାୟତା ପତ୍ର ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚୟନ ହୋଇଥିବା ଚାଷୀମାନଙ୍କ ପାଇଁ କାଳିଆ ସହାୟତା ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ୪୯୦ ଜଣ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ପଠାଯିବ ।

{"id":77832}

ଏହି ସମାବେଶରେ ପ୍ରାୟ ଦେଢ଼ ଲକ୍ଷ ଚାଷୀ ଯୋଗଦେଇଛନ୍ତି । । ଏହାସହ ଉପସ୍ଥିତ ଲକ୍ଷାଧିକ ଚାଷୀଙ୍କୁ ସମ୍ବୋଧିତ କରିଛନ୍ତି ନବୀନ ପଟ୍ଟନାୟକ । ଚାଷୀମାନଙ୍କୁ ଏହି ଅବସରରେ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚାଉଳରେ ମହାପ୍ରସାଦ ପ୍ରସ୍ତୁତ ହେଉଛି । ଚାଷୀଙ୍କ ପରିବା ମହାପ୍ରସାଦରେ ବ୍ୟବହୃତ ହେଉଛି । ଚାଷୀମାନେ ଏକ ମହାନ କାର୍ଯ୍ୟ କରୁଛନ୍ତି । ସେଥିପାଇଁ ଏହି ଯୋଜନାର ନାଁ କାଳିଆ ରଖାଯାଇଛି । ଓଡିଶାର ବିକାଶ ପାଇଁ କାଳିଆ ଯୋଜନା ଏକ ମାଇଲ ଷ୍ଟୋନ୍ ହୋଇ ରହିବ । ଆଜି ଚାଷୀଙ୍କ ଉଦ୍ଦେଶ୍ୟରେ କାଳିଆ ଯାତ୍ରାର ଶୁଭାରମ୍ଭ କଲି । କାଳିଆ ଯାତ୍ରାକୁ କେହି ରୋକିପାରିବେ ନାହିଁ । କାଳିଆ ଯୋଜନା ଦ୍ବାରା ଚାଷୀଙ୍କ ଚାଷବାସ ଭଲ ହେବ । ଚାଷୀମାନଙ୍କ ପରିବାରର ଉନ୍ନତି ହେବ । ଏହି ଯୋଜନା ସାରା ଦେଶକୁ ବାଟ ଦେଖାଇବ ବୋଲି ନବୀନ କହିଛନ୍ତି ।

୨୧ ଲକ୍ଷ ଚାଷୀ କାଳିଆ ସହାୟତା ପାଇବାକୁ ଆବେଦନ କରିଥିଲେ ମଧ୍ୟ ବଳକା ଚାଷୀ ପୁରା ତଥ୍ୟ ଦେଇନାହାନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଆବେଦନକାରୀଙ୍କ ତଥ୍ୟ ଯାଞ୍ଚ କରାଯାଇ ସହାୟତା ରାଶି ଦିଆଯିବ । ପୋଲିସ ପକ୍ଷରୁ ସମାବେଶ ସ୍ଥଳରେ କଡ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.