ଭୁବନେଶ୍ବରେ ଆରମ୍ଭ ହେଲା ଏକାମ୍ର ଲିଟେରରୀ ସ୍ପେ।ର୍ଟସ ଫେଷ୍ଟିଭାଲ:ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ, ବହୁ ବିଶିଷ୍ଟ କ୍ରୀଡାବିତ ଦେଲେ ଯୋଗ

Published By : Prameya-News7 Bureau | November 02, 2018 IST

ଭୁବନେଶ୍ବର୨|୧୦: ଆଜି ଠାରୁ ଭୁବନେଶ୍ବରେ ଆରମ୍ଭ ହେ।ଇଛି ଏକାମ୍ର ଲିଟେରରୀ ସ୍ପେ।ର୍ଟସ ଫେଷ୍ଟିଭାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ  ଉଦଘାଟନ କରିଛନ୍ତି । ଏମର୍ଜିଙ୍ଗ୍ ସ୍ପୋର୍ଟସ ଏବଂ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି ଫେଷ୍ଟିଭାଲ ଜରିଆରେ ଗୋଟିଏ ମଂଚରେ ଏକାଠି  ହୋଇଛନ୍ତି, କିମ୍ବଦନ୍ତୀ କ୍ରୀଡାବିତ, କୋଚ ଓ କ୍ରୀଡା ଲେଖକ। ଏକାମ୍ର ଲିଟେରାରୀ ସ୍ପେ।ର୍ଟସ ଫେଷ୍ଟିଭାଲ ।  ଏକାଠି ହୋଇଛନ୍ତି। କିମ୍ବଦନ୍ତୀ ଅଲିମ୍ପିୟାନ, ଅନ୍ତର୍ଜାତୀୟ କ୍ରୀଡାବିତ, କୋଚ, ଭାଷ୍ୟକାର, କ୍ରୀଡା ସାହିତ୍ୟିକ। ବିଶ୍ବର ଶ୍ରେଷ୍ଠ ୨୦ ଜଣ କ୍ରୀଡ଼ା ସଂପର୍କିତ ବ୍ୟକ୍ତି ବିଶେଷ ଏଥିରେ ସାମିଲ ହୋଇଛନ୍ତି। ଭୁବନେଶ୍ବରରେ ଆୟୋଜିତ ଏହି କାର୍ଯ୍ୟକ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ, ହକି ଷ୍ଟିକ ରେ ଗୋଲ ପୋଷ୍ଟକୁ ଗୋଲ ମାରି ଏହାର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଥମ  ଦିନ ଆକର୍ଷଣ ଥିଲେ  ଅଲିମ୍ପିକ ସୁଇମର ଷ୍ଟିଫେନୀ ରାଇସ ଜେଫ ଥମ୍ପସନ, ଧନରାଜ ପିଲେ, ଆକାଶ ଚୋପ୍ରା । ଏଣିକି ଭୁବନେଶ୍ବର ସ୍ପେ।ର୍ଟସ ହବ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ଅଷ୍ଟ୍ରେଲିଆ ଅଲିମ୍ପିୟାନ ଷ୍ଟିଫେନ  ରାଇସ,  ବେଜିଂ ଅଲିମ୍ପିକସ ରେ ତିନିଟି ସ୍ବର୍ଣ୍ଣ ପଦକ ଜିତିଥିବା ଏହି ଅଲିମ୍ପିଆନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପ୍ରଥମ ଥର ପାଇଁ ଭୁବନେଶ୍ବର ଆସିଥିବା ଷ୍ଟିଫେନୀ ଏଠାକାର ପରିବେଶ ଦେଖି ଅଭିଭୁତ ହୋଇଥିଲେ  । ଅଷ୍ଟେଲିଆ ଫାଷ୍ଟ ବେ।ଲର ଜେଫ ଥମସନ ମଧ୍ୟ ତାଙ୍କର ଅଭିଭାଷଣ ରଖିଥିଲେ। ଦ ଡେଥ ଅଫ ଦି ଟେଷ୍ଟ ଫାଷ୍ଟ ବେ।ଲର ଇତିହାସ କୁ ବଖାଣି ଥିଲେ ଜେଫ। ଖୁବ ଶ୍ରୀଘ୍ର ରାଜ୍ୟ ସରକାର ୬ ଟି ସ୍ପୋର୍ଟସରେ ସ୍ପୋନସର କମ୍ପାନୀ ସହ ଏମଓୟୁ  କରିବାକୁ ଯାଉଛନ୍ତି। କେବଳ ହକି ନୁହେଁ ଅନ୍ୟାନ୍ୟ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଭୁବନେଶ୍ବର ହଟସ୍ପଟ ହେବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.