ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭିନ୍ନ ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା

Published By : Prameya-News7 Bureau | October 17, 2020 IST

ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନରେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଚତୁର୍ପାର୍ଶ୍ବର ବିକାଶ ଓ ସୌନ୍ଦର୍ଯ୍ୟକରଣ କାମର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । କୋଭିଡ୍ କଟକଣା ଯୋଗୁଁ ଅରୁଣସ୍ତମ୍ଭ ନିକଟରୁ ପତିତପାବନ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ନବୀନ । ତାପରେ ଶ୍ରୀମନ୍ଦିର ଚତୁର୍ପାର୍ଶ୍ବରେ ଥିବା ସୌନ୍ଦର୍ଯ୍ୟକରଣ କାମ ତଦାରଖ କରିଥିଲେ ।

{"id":346259,"sizeSlug":"large"}

ଏହି ଅବସରରେ ଐତିହ୍ୟ କରିଡର୍ ପରିସର ଉଚ୍ଛେଦ ସ୍ଥଳ ମଧ୍ୟ ଦେଖିଥିଲେ । ଲଙ୍ଗୁଳିମଠ ସମ୍ମୁଖ ବଡ଼ ଦାଣ୍ଡରେ ବସି ନକ୍ସା ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଆଗକୁ ପୁରୀକୁ ଆହୁରି ସୁନ୍ଦର କରାଯିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

{"id":346260,"sizeSlug":"large"}

ସେହିଭଳି ପୁରୀରେ ଖୁବଶୀଘ୍ର ଆରମ୍ଭ ହେବ ଶ୍ରୀସେତୁ କାମ । ୨ଟି ପ୍ରକଳ୍ପ କାମ ଆରମ୍ଭ ହୋଇସାରିଛି ଖୁବ୍ ଶୀଘ୍ର ଆଉ ୫ଟି ପ୍ରକଳ୍ପର କାମ ଆରମ୍ଭ ହେବ ବୋଲି ସମୀକ୍ଷା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।

{"id":346262,"sizeSlug":"large"}

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ସମୟରେ 5-T ସଚିବ ଭି.କେ.ପାଣ୍ଡିଆନ, ଉନ୍ନୟନ କମିଶନର୍ ସୁରେଶ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂ, ଡି.ଆଇ.ଜି ଆଶିଷ ସିଂ, ଏସ୍.ପି ଅଖିଳେଶ୍ୱର ସିଂଙ୍କ ସହ ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।

{"id":346261,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.