ତୀର୍ଥଯାତ୍ରାରେ ଗଲେ ଏକହଜାର ବରିଷ୍ଠ ନାଗରିକ : ପତକା ଦେଖାଇ ମୁଖ୍ୟମନ୍ତ୍ରୀ ଜଣାଇଲେ ଯାତ୍ରା ପାଇଁ ଶୁଭକାମନା
24/02/2019 at 6:35 PM

ଭୁବନେଶ୍ବର ୨୪|୨: ତୀର୍ଥ ଯାତ୍ରାରେ ଗଲେ ଏକହଜାର ବରିଷ୍ଠ ନାଗରିକ । ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ମାଧ୍ୟମରେ ଯାତ୍ରା କରିଛନ୍ତି ବରିଷ୍ଠ ନାଗରିକମାନେ । ଏହି ୧୧ତମ ଯାତ୍ରାରେ କୋଲକତା ଓ ଆସାମର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରିବେ ଯାତ୍ରୀମାନେ । ତେବେ ଯାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭ କାମନା ଜଣାଇବା ସହ ଯାତ୍ରୀମାନେ ଖୁସି ବ୍ୟକ୍ତ କରିଛନ୍ତି ।

୧୧ତମ ତୀର୍ଥଯାତ୍ରାରେ ଭୁବନେଶ୍ବର ମେନ ଷ୍ଟେସନରୁ ଟ୍ରେନରେ କଲିକତା ଓ ଆସାମ ଅଭିମୁଖେ ଯାତ୍ରାରେ ଗଲେ ଏକ ହଜାର ବରିଷ୍ଠ ନାଗରିକ । ଏହି ତିର୍ଥଯାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପତାକା ହଲାଇ ଜଣାଇଥିଲେ ଶୁଭଯାତ୍ରାର ଅଭିନନ୍ଦନ । ତେବେ ୨୦୧୬ରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ବାରା ଆରମ୍ଭ ହୋଇଥିବା ତଥା ଆଇଆରସିଟିସିର ମିଳିତ ସହଯୋଗରେ ପ୍ରତିବର୍ଷ ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣର ସୁବିଧା ଯୋଗାଇ ଦିଆଯାଉଛି । ତେବେ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ ଦ୍ବାରା ଚଳିତ ଯାତ୍ରାକୁ ମିଶାଇ ୧୧ହଜାର ନାଗରିକ ପାଇଲେଣି ତୀର୍ଥଯାତ୍ରାର ସୁଯୋଗ ।

ଏହି ତିର୍ଥ ଯାତ୍ରାରେ ଏଭଳି ଅନେକ ନାଗରିକ ଅଛନ୍ତି ଯେଉଁମାନେ ପ୍ରଥମ ଥର ଲାଗି ଗୋଡ କାଢିଛନ୍ତି ରାଜ୍ୟ ବାହାରକୁ ଯାତ୍ରାରେ । କିନ୍ତୁ ପୁର୍ବରୁ ଯାଇଥିବା ଯାତ୍ରୀଙ୍କ ଠାରୁ ଯାତ୍ରାର ଅଭିଜ୍ଞତା ଶୁଣି ଏ,ମାନେ ସାହସ ବାନ୍ଧିଛନ୍ତି ବାହାରକୁ ଯିବାକୁ । ତେବେ ଯାତ୍ରାରେ କୌଣସି ଅସୁବିଧା ହେବ ନାହିଁ ଏବଂ ସରକାର ସମସ୍ତ ସୁବିଧା ପ୍ରତି ଧ୍ୟାନ ଦେଉଛନ୍ତି ବୋଲି କହିଛନ୍ତି ତୀର୍ଥଯାତ୍ରୀ । ଏତେ ସଂଖ୍ୟାରେ ସମ ବୟସର ଲୋକେ ତୀର୍ଥଯାତ୍ରାରେ ଯାଉଥିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି ଏମାନେ ।

ତେବେ ଏହି ଯାତ୍ରୀ ମାନଙ୍କ ସୁରକ୍ଷା ଓ ଯତ୍ନ ନେବା ଲାଗି ତିର୍ଥଯାତ୍ରୀ ମାନଙ୍କ ସହ ୨୮ଜଣ ଅଧିକାରୀ ଏମାନଙ୍କ ସହ କରିଛନ୍ତି ଯାତ୍ରା ।