ହିଞ୍ଜିଳି ବିଧାନସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦାଖଲ କଲେ ନାମାଙ୍କନ

Published By : Prameya-News7 Bureau | March 20, 2019 IST

ବ୍ରହ୍ମପୁର ୨୦|୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ହିଞ୍ଜିଳି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ନବୀନ । ମା ତାରାତାରିଣୀଙ୍କ ଆଶୀଷ ନେବା ପରେ ରିଟର୍ଣ୍ଣିଂ ଅଫିସର ତଥା ଛତ୍ରପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

{"id":95207}

ନବୀନଙ୍କ ନାମାଙ୍କନ ଦାଖଲ । ହିଞ୍ଜିଳି ବିଧାନସଭା ଆସନରୁ  ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ସୁପ୍ରିମୋ । ଦିନ ୧୧ଟା ୧୦ମିନିଟ୍‌ ସମୟରେ ଛତ୍ରପୁରସ୍ଥିତ ଅତିରିକ୍ତ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ୍‌ ଅଫିସର୍‌ଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ନବୀନ । ମୋଟ୍ ୪ ସେଟ୍‌ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ନବୀନ । ପ୍ରାର୍ଥୀପତ୍ରଗୁଡ଼ିକର ପ୍ରସ୍ତାବକ ଅଛନ୍ତି ସୁରେନ୍ଦ୍ର ପ୍ରଧାନ, ଶରତଚନ୍ଦ୍ର ପାତ୍ର, ସାରସ ସ୍ବାଇଁ ଓ ବୈଜୟନ୍ତୀମାଳା ପଟ୍ଟନାୟକ। ପୁରା ଥାଟବାଟ ସହ ନାମାଙ୍କନ ଭରିଭାକୁ ଆସିଥିଲେ ନବୀନ ।  ସାଥୀରେ ଥିଲେ ପ୍ରମିଳା ବିଷୋୟୀଙ୍କ ସହ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପ୍ରଦୀପ ପାଣିଗ୍ରାହୀ, ଚନ୍ଦ୍ର ଶେଖର ସାହୁ ଏବଂ ବିକ୍ରମ ପଣ୍ଡା । ବିଜେଡି ବହୁ ଆସନ ଜିତିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ନବୀନ ।

{"id":95198}

ସକାଳ ୮ଟା ୫୦ମିନିଟ୍ ରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରିଥିଲେ । ହେଲିକପ୍ଟର୍‌ ରାୟପୁର ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିଥିଲା। ସେଠାରୁ ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିରକୁ ଯାଇ ମାଆଙ୍କୁ ଦର୍ଶନ କରିଥିଲେ । ମାଙ୍କ ଆଶୀଷ ନେବା ପରେ ଛତ୍ରପୁର ଯାଇ ନାମାଙ୍କନ ଦାଖଲ କରିବା ସହ ଭୁବନେଶ୍ବର ଫେରିଥିଲେ ନବୀନ ।

ଚଳିତ ଥର ବିଜେପୁର ଆସନରୁ ମଧ୍ୟ ଲଢ଼ୁଛନ୍ତି ନବୀନ । ଆସନ୍ତା ୨୫ରେ ବିଜେପୁର ଆସନ ପାଇଁ ନାମାଙ୍କନ ଦାଖଲ କରିପାରନ୍ତି ବିଜେଡି ସୁପ୍ରିମୋ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.