ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | February 23, 2020 IST

ଭୁବନେଶ୍ବର ୨୩।୨: ବିଜୁ ଜନତା ଦଳର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ନାମାଙ୍କନ ଭରିଥିବା ବେଳେ ଦଳର ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ବି ନାମାଙ୍କନ ଭରିଛନ୍ତି । ନବୀନଙ୍କ ପାଇଁ ୧୦ ଜଣ ପ୍ରସ୍ତାବକ ଓ ସମର୍ଥକ ରହିଥିଲେ । ଦଳର ବରିଷ୍ଠ ନେତାମାନେ ଏହି ସମୟରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ଆସନ୍ତା ୨୬ ତାରିଖରେ ବିଜେଡିର ସଭାପତି ଘୋଷଣା କରାଯିବ । ଡିସେମ୍ବର ୨୭ରୁ ଫେବୃଆରୀ ୨୦ ମଧ୍ୟରେ ବିଜେଡିର ବ୍ଲକ ସଭାପତି ଓ କମିଟି ସଦସ୍ୟ ନିର୍ବାଚନ ସରିଛି ।

{"id":227911,"sizeSlug":"large"}

ଶୁକ୍ରବାର ଦିନ ଦଳ ତରଫରୁ ବିଭିନ୍ନ ଜିଲ୍ଲାର ସଭାପତିମାନଙ୍କ ନାମ ତାଲିକା ପ୍ରକାଶ କରାଯାଇଛି। ପୂର୍ବରୁ ଜିଲ୍ଲାର ବିଭିନ୍ନ କର୍ମକର୍ତ୍ତା ମଧ୍ୟ ନିର୍ବାଚିତ ହୋଇଯାଇଛନ୍ତି। ଶେଷରେ ଆଜି ଦଳର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

{"id":227913,"sizeSlug":"large"}

ତେବେ ବିଜେଡି ସଭାପତି ପାଇଁ ପୂର୍ବରୁ କେବଳ ନବୀନ ପଟ୍ଟନାୟକ ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇ ଆସୁଛନ୍ତି । ଏଥର ମଧ୍ୟ ସେହିପରି ନବୀନ ପଟ୍ଟନାୟକ ସଭାପତି ହେବେ ବୋଲି ସମସ୍ତେ ଜାଣନ୍ତି । ହେଲେ ସାମ୍ବିଧାନିକ ନିୟମ ଅନୁସାରେ ଏହି ନିର୍ବାଚନ କରିବାର ବିଧେୟ ରହିଛି । ଏହି ନିର୍ବାଚନ ପରିଚାଳନା କରିବା ପାଇଁ ଦଳ ତରଫରୁ ବରିଷ୍ଠ ନେତା ତଥା ବିଧାୟକ ପ୍ରତାପ ଦେବଙ୍କୁ ନିଯୁକ୍ତି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.