Sunday, July 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ’

କଟକ ୧୭|୪: ନିର୍ବାଚନୀ ପ୍ରଚାରରେ କମ୍ପୁଛି କଟକ । ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କଟକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ’ । ରୋଡ୍ ସୋ’ କୁ ନେଇ କଟକର ନିର୍ବାଚନୀ ମାହୋଲ ସରଗରମ୍ ହୋଇଛି । କଟକ ନରାଜ ହେଲିପ୍ୟାଡ୍ ରେ ପହଞ୍ଚି ନବୀନ ରୋଡ୍ ସୋ’ ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ସିଡିଏରୁ ଆରମ୍ଭ ହୋଇଥିବା ରୋଡ୍ ସୋ’ ପ୍ରେସ୍ ଛକ ପର୍ଯ୍ୟନ୍ତ ଚାଲିବ । ରୋଡ୍ ସୋ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ପ୍ରବଳ ଜନସମାଗମ ହୋଇଛି ।

ରୋଡ୍ ସୋ କୁ ନେଇ କମିସନରେଟ୍ ପାଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ୩୫ପ୍ଲାଟୁନ୍‍ ଫୋର୍ସ ସହ ୨୫ଜଣ ଅଫିସର ମୁତୟନ ରହିଛନ୍ତି । ପୋଲିସ କମିଶନର, ଉଭୟ ଭୁବନେଶ୍ୱର ଓ କଟକ ଡିସିପି, ଅତିରିକ୍ତ ଡିସିପି, ସମସ୍ତ ଜୋନ୍‍ ଏସିପି ଓ ଥାନା ଅଧିକାରୀମାନେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି ।

165 Views

   ସମ୍ବନ୍ଧିତ ଖବର