ଦେବଗଡରେ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ

Published By : Prameya-News7 Bureau | October 09, 2021 IST

ଦେବଗଡ ୯।୧୦: ଦେବଗଡ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଶନିବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରୁ ଭର୍ଚ୍ଚୁଆଲ ମୋଡରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ଏନେଇ ଦେବଗଡ ସହର ଇନଡୋର ଷ୍ଟାଡିୟମଠାରେ ଉଦଘାଟନ ଉତ୍ସବ ଆୟୋଜନ କରାଯାଇଥିଲା ।

ଦେବଗଡ ସହରରେ ପୌର ପରିଷଦ ଅଧିନସ୍ଥ  ୧୧ ନମ୍ବର ୱାର୍ଡରେ ୩୫୦୯ ଜଣ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ। ସେହିଭଳି ବାରକୋଟ ବ୍ଲକର ୨୪ଟି ଗ୍ରାମ ପଞ୍ଚାୟତର ୨୮୦୬୯ ହିତାଧିକାରୀ, ରିଆମାଳ ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତର ୨୭୧୭୫ ଜଣ ହିତାଧିକାରୀ ଓ ତିଲେଇବଣୀ ବ୍ଲକର ୨୦ଟି ଗ୍ରାମ ପଞ୍ଚାୟତର ୧୯୮୬୨ ଜଣ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯିବା । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ନବ କିଶୋର ଦାସ, ଦିବ୍ୟ ଶଙ୍କର ମିଶ୍ର, ସୁଶାନ୍ତ ସିଂହ, ଅରୁଣ କୁମାର ସାହୁ ଓ ବିଭିନ୍ନ କର୍ପୋରେସନର ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ । ଦେବଗଡ ସହରରେ ଇନଡୋର ଷ୍ଟାଡିୟମ ସହ ଆଶ୍ରୟ ସ୍ଥଳ, ଟାଉନ୍ ହଲ ଓ ମୁଣ୍ଡାସାହି ୟୁପି ସ୍କୁଲ୍ ରେ ବ୍ୟବସ୍ଥା କରାଯାଇଛି । ସେହିଭଳି ପ୍ରତ୍ୟେକ ବ୍ଲକର ଦୁଇଟି ସ୍ଥାନରେ କାର୍ଡ ବଣ୍ଟନର ବ୍ୟବସ୍ଥା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.