ସମ୍ବଲପୁରରେ BSKY ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଲୋକାର୍ପଣ

Published By : Prameya-News7 Bureau | November 02, 2021 IST

ସମ୍ବଲପୁର ୨।୧୧: ସମ୍ବଲପୁର କୁଚିଣ୍ଡାରେ BSKY ସ୍ମାର୍ଟକାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫ ଶହ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ବଲପୁରର ପ୍ରତି ବ୍ଲକରେ ଜଣେ ଲେଖାଏଁ ମନ୍ତ୍ରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ ପାଇଁ ଦାୟିତ୍ବ ଦିଆଯାଇଛି । ୯ଟି ବ୍ଲକ୍ ସହିତ ମହାନଗର ନିଗମ ଅଞ୍ଚଳର ମୋଟ ୨ଲକ୍ଷ ୨୮ହଜାର ୨୧୩ ଜଣ ବିଏସକେଓ୍ବାଇ କାର୍ଡ ପାଇବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ମା’ ସମଲେଶ୍ବରୀଙ୍କ ପୀଠକୁ ଆସି ବହୁତ ଖୁସି । ଇତିହାସ, ଅର୍ଥନୀତି, ରାଜନୀତି ଶିକ୍ଷା, ସଂସ୍କୃତିରେ ସମ୍ବଲପୁରର ବିଶେଷ ଅବଦାନ ରହିଛି । ସମ୍ବଲପୁରୀ ଭାଷା ପରି ସମ୍ବଲପୁରର ଗୀତ ଏବଂ ଶାଢୀ ସାରା ବିଶ୍ବରେ ବେଶ ଆଦର ସାଉଣ୍ଟିଛି। ବିଶ୍ବ ଦରବାରରେ ଆଜି ଶାଢୀ ପାଇଁ ସମ୍ବଲପୁର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ମା’ ସମଲେଶ୍ବରୀଙ୍କ ସୌନ୍ଦର୍ଯ୍ୟକରଣ ଏବଂ ବିକାଶମୂଳକ କାର୍ଯ୍ୟକୁ ସରକାର ନିଜ ହାତକୁ ନେଇଛନ୍ତି। ଯାହାଦ୍ବାରା ଏଠାରୁ ଆସୁଥିବା ପର୍ଯ୍ୟଟକ ବେଶ ସୁବିଧା ପାଇପାରିବେ।

ମୁଖ୍ୟମନ୍ତ୍ରୀ କୁଚିଣ୍ଡା ମୁକୁନ୍ଦି ପଡିଆରେ ଅବତରଣ କରି ସଭାସ୍ଥଳକୁ ଯାଇଥିଲେ । ସେଠାରେ ବିଏସ୍‌କେୱାଇ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହିତ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ମୁଖ୍ୟମନ୍ତ୍ରୀ ପ୍ରାୟ ୭ ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି । ଏଥିରେ ମୁଖ୍ୟତଃ ବହୁ ପ୍ରତୀକ୍ଷିତ ଧନକଉଡା ବ୍ଲକର କୁଦଗୁଣ୍ଡେରପୁର ସେତୁ ସମେତ ଗୋଶାଳାର ସୈନିକ ସ୍କୁଲ କୋଠା ଏବଂ ବୁର୍ଲାର ପାରା ମେଡିକାଲ ହଷ୍ଟେଲ ଆଦି ବୃହତ ପ୍ରକଳ୍ପର ଉଦଘାଟନ ସମେତ ଶତାଧିକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.