ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
31/05/2019 at 12:07 PM

ଭୁବନେଶ୍ବର ୩୧|୫: ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାର ସ୍ବରକୁ କେନ୍ଦ୍ରରେ ଉପସ୍ଥାପନ କରିବେ ବୋଲି ନବୀନ ଆଶା ରଖିଥିବା କହିଛନ୍ତି । ନବୀନ ଟ୍ବିଟ୍ କରି ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଚଳିତ ଥର ମୋଦି ତାଙ୍କ ମନ୍ତ୍ରୀ ମଣ୍ଡଳରେ ଦୁଇ ଓଡିଆଙ୍କକୁ ସାମିଲ କରିଛନ୍ତି । ପ୍ରଥମ ଥର ବାଲେଶ୍ବର ଲୋକସଭା ଆସନରୁ ସାଂସଦ ହୋଇଥିବା ପ୍ରତାପ ଷଡଙ୍ଗୀ ଓ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ମୋଦି । ଓଡିଆ ଭାବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣି ଥରେ ସାମିଲ ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି । ଧର୍ମେନ୍ଦ୍ର ଗତଥର ମୋଦିଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ତାଙ୍କୁ ପେଟ୍ରୋଲିୟମ ମନ୍ତ୍ରାଳୟ ଭଳି ଗୁରୁ ଦାୟିତ୍ବ ମିଳିଥିଲା । ଏଥର ବି ମୋଦି ତାଙ୍କ ଉପରେ ଭରଷା କରିଛନ୍ତି ।