ନୟାଗଡରେ ନବୀନଙ୍କ ନିର୍ବାଚନୀ ପ୍ରଚାର : ବିଜୁ ଜନତା ଦଳ ମହିଳାଙ୍କୁ ହକ୍‌ ଦେଇଛି- ନବୀନ

Published By : Prameya-News7 Bureau | April 19, 2019 IST

ରଣପୁର ୧୯|୪:  ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ତୋଫାନି ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନୟାଗଡ ଜିଲ୍ଲା ରଣପୁରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବା ସହିତ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ନବୀନ କହିଛନ୍ତି ବିଜୁ ଜନତା ଦଳ ମହିଳାମାନଙ୍କୁ ହକ୍‌ ଦେଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନେ କେନ୍ଦ୍ର ଯୋଜନାଠାରୁ ଦୁଇଗୁଣ ଟଙ୍କା ପାଉଛନ୍ତି ।

କାଳିଆ ଯୋଜନାର ସଫଳତା କଥା କହିଥିଲେ ନବୀନ। କାଳିଆ ଯୋଜନାରେ ଏଯାବତ୍‌ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି । କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ। ବିଜୁ ଜନତା ଦଳ ସରକାର ଗଠନ କରିବାର ପ୍ରଥମ ଦିନ ହିଁ ୨ଟି କିସ୍ତିରେ କାଳିଆ ଯୋଜନା ବାବଦ ଅର୍ଥ ମିଳିବ। ପ୍ରାକୃତିକ ବିପର୍ଯ୍ୟୟ ବେଳେ କୌଣସି କେନ୍ଦ୍ରୀୟ ନେତାଙ୍କ ଦେଖା ମିଳିଲା ନାହିଁ। ନିର୍ବାଚନ ସମୟ ପଡ଼ିଥିବାରୁ ସେମାନେ ଭୋଟ୍‌ ମାଗିବାକୁ ଆସୁଛନ୍ତି। ଶଙ୍ଖ ଚିହ୍ନରେ ଭୋଟ୍‌ ଦେଇ ବିଜେଡିର ପ୍ରାର୍ଥୀମାନଙ୍କୁ ଜୟଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଆଜି ସାତପଡା ଓ ପୁରୀରେ ମୁଖ୍ୟମନ୍ତ୍ରୀ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି। । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସ୍ଥାନୀୟ ବିଜେଡି ନେତା ଓ କର୍ମୀ ବେଶ୍ ଉତ୍ସାହିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.