ଆଜି ମୟୂରଭଞ୍ଜ ଓ ଜଗତସିଂହପୁରରେ ନବୀନଙ୍କ ନିର୍ବାଚନୀ ପ୍ରଚାର

Published By : Prameya-News7 Bureau | April 25, 2019 IST

ଭୁବନେଶ୍ବର ୨୫|୪: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଶନିବାର ଶେଷ ହେବ ପ୍ରଚାର । ପ୍ରଚାର ପାଇଁ ମଝିରେ ଆଉ ଦୁଇ ଦିନ ବାକି । ତେଣୁ ଏବେ ପ୍ରଚାରରେ ଜୀ ଜାନ୍ ଲାଗାଇଦେଇଛନ୍ତି ନେତା । ଆଜି ମୟୂରଭଂଜ ଜିଲ୍ଲାରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

{"id":105803}

ବାରିପଦାରୁ ଆରମ୍ଭ କରିବେ ପ୍ରଚାର ଅଭିଯାନ । ପ୍ରଥମେ ବାରିପଦା ଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ପରେ ଉଦଳା, ମୋରଡା, ବାଙ୍ଗିରୀପୋଷି, ସାରସକଣା, ରାଇରଙ୍ଗପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏହାପରେ ଅପରାହ୍ନରେ ରାଇରଙ୍ଗପୁର ଟାଉନରେ ରୋଡ୍ ସୋ’ କରିବେ ମୁଖ୍ୟମନ୍ତ୍ରୀ ।

{"id":103871}

ଏହାପରେ ଯଶୀପୁରରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ମୟୂରଭଂଜରେ ପ୍ରଚାର ସାରି ଜଗତସିଂହପୁର ଆସିବେ ମୁଖ୍ୟମନ୍ତ୍ରୀ । ଜଗତସିଂହପୁର ତିର୍ତୋଲରେ ପ୍ରଚାର କରିବେ ନିର୍ବାଚନୀ ପ୍ରଚାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.