Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଜୟପୁରରେ ନବୀନଙ୍କ ନିର୍ବାଚନୀ ପ୍ରଚାର, କହିଲେ ‘ଆମ ଏଜେଣ୍ଡାରେ ଚାଷୀ ଏକ ନମ୍ବର’

5/04/2019 at 5:26 PM

ଜୟପୁର ୫|୪: ଜୟପୁର ଷ୍ଟାଡିୟମରେ ନିର୍ବାଚନୀ ସଭାରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ନବୀନ କହିଛନ୍ତି, ବିଜେଡି ଇସ୍ତାହାରରେ ଚାଷୀଙ୍କ ଉନ୍ନତି ପ୍ରସଙ୍ଗ ପ୍ରଥମ। ସାଧାରଣ ଜନତାଙ୍କୁ ସମ୍ବୋଧିତ କରି ନବୀନ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଓଡ଼ିଶାରେ ଯେତେବେଳେ ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଘଟେ, ସେହି ସମୟରେ କେନ୍ଦ୍ରର ବଡ଼ ବଡ଼ ନେତାମାନଙ୍କର ଦେଖା ନଥାଏ। ଏବେ ନିର୍ବାଚନ ସମୟରେ ଆସି କୁମ୍ଭୀର କାନ୍ଦଣା କରୁଛନ୍ତି। ଚାଷ ଓ ଚାଷୀର ଉନ୍ନତି ପାଇଁ ବିଜୁ ଜନତା ଦଳ ନେତୃତ୍ୱରେ ପରିଚାଳିତ ସରକାର କାମ କରୁଛି। ଆମ ଏଜେଣ୍ଡାରେ ଚାଷୀ ଏକ ନମ୍ବର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଅନୁସୂଚିତ ଜାତି/ଜନଜାତିଙ୍କ ଛାତ୍ରବୃତ୍ତି କେନ୍ଦ୍ର ସରକାର କାଟିଛନ୍ତି। ଆଦିବାସୀ ଓ ଗରିବଙ୍କ ପ୍ରତି କେନ୍ଦ୍ରର ଦରଦ ନାହିଁ। ନବୀନ କହିଛନ୍ତି, ଆପଣମାନଙ୍କ ଖୁସିରେ ମୋର ଖୁସି। କାଳିଆ ଯୋଜନାରେ ଚାଷୀମାନେ ସୁବିଧା ପାଇଛନ୍ତି। କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ଆପଣମାନେ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଆନ୍ତୁ। ନବୀନ କହିଛନ୍ତି, ସରକାର ଗଠନର ପ୍ରଥମ ଦିନରେ ଲୋକଙ୍କୁ କାଳିଆ ଯୋଜନାରେ ଟଙ୍କା ଦିଆଯିବ। ପ୍ରାୟ ୨୫ ଲକ୍ଷ ଚାଷୀ ୨ଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ ଟଙ୍କା ପାଇବେ ବୋଲି ସେ କହିଛନ୍ତି।

   Related Posts