ବରଗଡ ୧୬|୪: ବିଜେଡି ଫୋକସରେ ପଶ୍ଚିମ ଓଡିଶା । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପଶ୍ଚିମ ଓଡିଶାରେ ମାରାଥନ ପ୍ରଚାର କରୁଛନ୍ତି ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତର ଆଜି ଦ୍ବୀତିୟ ଦିନ । ଗତକାଲି ବରଗଡ ପିଡବ୍ଲ୍ୟୁଡି ଆଇବିରେ ରାତ୍ରିଯାପନ କରିଥିଲେ ନବୀନ । ଦ୍ବିତୀୟ ପର୍ଯ୍ୟାୟ ପାଇଁ ପ୍ରଚାରର ଶେଷ ଦିନରେ ଆଜି ମୁଖ୍ୟମନ୍ତ୍ରୀ ବରଗଡ, ବରପାଲି, ବିଜେପୁର, ଗାଇସିଲଟରେ ସାଧାରଣ ସଭା କରିବେ ।
ଏହାପରେ ରାଉରକେଲାରେ ରଘୁନାଥପାଲ୍ଲୀ ଆଇଡିଏଲ ଗେଷ୍ଟ ହାଉସରୁ ରାଉରକେଲା ଏୟାର ଷ୍ଟ୍ରିପ୍ ପର୍ଯ୍ୟନ୍ତ ନବୀନ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି ।
ଗତକାଲି ବରଗଡର ଅତାବିରା, ପଦ୍ମପୁରରେ ସାଧାରଣ ସଭା କରିଥିଲେ ନବୀନ । ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ରାତିରେ ରୋଡ ସୋ କରି ପ୍ରଚାର କରିଛନ୍ତି ନବୀନ । ଏହି ସମୟରେ ନବୀନ ବସ୍ ଉପରୁ ହାତ ହଲାଇ ସମସ୍ତଙ୍କୁ ଆପଣମାନେ ଖୁସି ତ ବୋଲି ପ୍ରଶ୍ନ କରିବା ସହ ନିଜେ ମଧ୍ୟ ଖୁସିଥିବା କହିଥିଲେ । ଶଂଖ ଚିହ୍ନରେ ଭୋଟ୍ ଦେବାକୁ ସମସ୍ତଙ୍କୁ ନିବେଦନ କରିଥିଲେ ।