Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଡବଲ୍ ଇଞ୍ଜିନ ଥିଲା, କାହିଁକି ହାରିଲା ବିଜେପି : ନବୀନ

23/04/2019 at 2:32 PM

ବାସୁଦେବପୁର ୨୩|୪: ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ପ୍ରଚାର । ବିଜେଡି ସୁପ୍ରିମୋ ତଥା ମୁଥ୍ୟମନ୍ତ୍ରୀ ଆଜି ଭଦ୍ରକ ଏବଂ ବାଲେଶ୍ବରରେ ନିର୍ବାଚନୀ ପ୍ରଚାର କରିଛନ୍ତି । ପ୍ରଥମେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ବାସୁଦେବପୁରରେ ପ୍ରଚାର ଆରମ୍ଭ କରିଥିଲେ ନବୀନ ।

ଏହି ଅବସରରେ ଆୟୋଜିତ ସଭାରେ ଯୋଗଦେଇ ଉଦବୋଧନ ଦେଇଛନ୍ତି ନବୀନ । ପୁଣି ଡବଲ ଇଞ୍ଜିନ ପ୍ରସଙ୍ଗ ଉଠାଇଛନ୍ତି ନବୀନ । ରାଜ୍ୟରେ ଡବଲ ଇଞ୍ଜିନର ନାରା ଦେଉଥିବା ବିଜେପିକୁ ପ୍ରଶ୍ନ କରିଛନ୍ତି ନବୀନ । ତେବେ ଡବଲ ଇଞ୍ଜିନର ଆଖ୍ୟା ଦେଇ ବିରୋଧୀଙ୍କ କାଉଣ୍ଟର କରି ନବୀନ ପ୍ରଶ୍ନ କରିଛନ୍ତି କି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ପଞ୍ଜାବ ସବୁଥିରେ ତ ଡବଲ ଇଞ୍ଜିନ ସରକାର ଥିଲା କିନ୍ତୁ ଫଳ କଣ ଆସିଲା ।

ବିମୁଦ୍ରାକରଣ ପରେ ଗରିବ ଆହୁରୀ ଗରିବ ହୋଇଛି । ଚାଷୀ ପାଇଁ ବି କିଛି କଲେ ନାହିଁ । ସେଥିପାଇଁ ସବୁ ନିର୍ବାଚନରେ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ମିଳୁଛି । ରାଜ୍ୟରେ ବିଜେପି କାହିଁକି ହାରିଗଲା ବୋଲି ପ୍ରଶ୍ନ କରିଛନ୍ତି ନବୀନ ।

ନବୀନ କହିଛନ୍ତି ନିର୍ବାଚନ ବେଳେ କେନ୍ଦ୍ରର ବଡ ବଡ ନେତାମାନେ ଓଡିଶାକୁ ମାରାଥନ ଗସ୍ତରେ ଆସୁଛନ୍ତି । ହେଲେ ବିପର୍ଯ୍ୟୟ ବେଳେ ସେମାନଙ୍କର ଦେଖା ମିଳୁନାହିଁ । ୨୦୧୪ରେ ବିଜେପି ବହୁମତର ସରକାର ଗଠନ କରିଥିଲା । ଲୋକଙ୍କର ବହୁତ ଆସ୍ଥା ଏବଂ ଭରଷା ବିଜେପି ଉପରେ ରହିଥିଲା । ହେଲେ ସରାକର ଗଠନର ୫ ବର୍ଷରେ ବିଜେପି ଲୋକଙ୍କର ବିଶ୍ବାସ ହରାଇଛି ବୋଲି ଅଭିଯୋଗ କରିଛନ୍ତି ନବୀନ ।

ନବୀନ କହିଛନ୍ତି ସାଢେ ଚାରି କୋଟି ଓଡିଶାବାସୀ ମୋ ପରିବାର । ମୁଁ ସବୁବେଳେ ଆପଣଙ୍କ ସହ ରହିଛି । ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ । ଶଙ୍ଖ ଚିହ୍ନରେ ଭୋଟ୍ ଦିଅନ୍ତୁ ବୋଲି ନବୀନ କହିଛନ୍ତି ।

   Related Posts