Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ
  • ||
  • କାଳିଠୁ କୋଣାର୍କ ମନ୍ଦିର ବନ୍ଦ
  • ||
  • ଗ୍ୟାଙ୍ଗଷ୍ଚର ହାଇଦର ଗିରଫ ।। ତେଲେଙ୍ଗାନାରୁ ଗିରଫ କଲା ପୋଲିସ ।। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ।। ଏପ୍ରିଲ ୧୦ରେ କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲରୁ ହୋଇଯାଇଥିଲା ଫେରାର
  • ||
  • ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା । ବିବାହ ପାଇଁ ସର୍ବାଧିକ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ଅତିବେଶୀରେ ୨୦ ଜଣଙ୍କୁ ଅନୁମତି
  • ||
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||
  • ଭଦ୍ରକ : ବୈତରଣୀ ନଦୀରେ ବୁଡି ଭାଇ-ଭଉଣୀଙ୍କ ସଲୀଳ ସମାଧି, ପିଉସୀଙ୍କ ଘରୁ ଫେରିବା ବେଳେ ଅଘଟଣ
  • ||

ଚେନ୍ନାଇରେ ମେକ୍ ଇନ୍ ଓଡ଼ିଶା ରୋଡ୍ ସୋ : ବିଦେଶର ନିବେଶକାରୀଙ୍କୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

26/09/2018 at 6:53 PM

ଚେନ୍ନାଇ ୨୬|୯: ଚେନ୍ନାଇରେ ମେକ୍ ଇନ୍ ଓଡ଼ିଶା ରୋଡ୍ ସୋ । ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଞ୍ଜି ନିବେଶକାରୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ଷ୍ଟିଲ ଓ ଆଲୁମିନିୟମ ଶିଳ୍ପରେ ବ୍ୟାପକ ସୁଯୋଗ ରହିଛି । ପୁଞ୍ଚିନିବେଶ କରିବାକୁ ଦେଶ ବିଦେଶର ନିବେଶକାରୀଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁମ୍ବାଇ ଓ ଦିଲ୍ଲୀ ପରେ ଚେନ୍ନାଇରେ ଓଡ଼ିଶା ସରକାରଙ୍କ ରୋଡ୍ ସୋ । ରାଜ୍ୟକୁ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଠ କରିବାକୁ ରୋଡ଼ ସୋ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଞ୍ଜିନିବେଶକାରୀଙ୍କ ସହ ଆଲୋଚନା କରିବା ସହ ଓଡ଼ିଶାକୁ ଆମନ୍ତ୍ରଣ କରିଛନ୍ତି। ପ୍ରଥମ ମେକ୍ ଇନ ଓଡ଼ିଶା କନକ୍ଲେଭରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପୁଞ୍ଜିପତିଙ୍କ ଆଗ୍ରହକୁ ଦେଖି ରାଜ୍ୟ ସରକାର ଦ୍ବିତୀୟ କନକ୍ଲେଭ ଆୟୋଜନ କରିବାକୁ ଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଥିଲା । ୬୫ ପ୍ରତିଶତ ପ୍ରୋଜେକ୍ଟ ବିଭିନ୍ନ ସ୍ତରରେ ଅନୁମୋଦନ ଅପେକ୍ଷା ରହିଥିବା ବେଳେ କିଛି କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି । ରାଜ୍ୟ ସରକାର ପ୍ରତିଶ୍ରୁତି ଅନୁଯାୟୀ ସବୁ ସାହାଯ୍ୟ ସହଯୋଗ ଯୋଗାଇ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ସ୍କିଲ୍ଡ ଇନ ଓଡ଼ିଶା କାର୍ଯ୍ୟକ୍ରମର ସଫଳତା ବଖାଣିଥିଲେ ମୁଖ୍ୟମନ୍ତ୍ରୀ । ଏହା ଏବେ ଏକ ଗ୍ଲୋବାଲ ବ୍ରାଣ୍ଡ ଭାବେ ଉଭା ହୋଇଛି । ଏହାସହ ଷ୍ଟାର୍ଟ ଅପ୍ ଓଡ଼ିଶାକୁ ମଧ୍ୟ ଆଶାତିତ ସଫଳତା ମିଳିଛି । ଏଯାଏ ୨୫୦ ଷ୍ଟାର୍ଟ ଅପ୍ସ ପଞ୍ଜିକରଣ କରିସାରିଲେଣି । ପୂର୍ବ ଭାରତରେ ଏକ ମାନୁଫ୍ୟାକଚରିଂ ହବ୍ ଭାବେ ଓଡ଼ିଶା ଦ୍ରୁତ ଗତିରେ ଆଗ୍ରସର ହେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୦ ସୁଦ୍ଧା ରାଜ୍ୟ ଷ୍ଟାଟ-ଅପ୍ ହବ୍ ଭାବେ ଦେଶର ପ୍ରଥମ ତିନୋଟି ସ୍ଥାନ ରହିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। । କାର୍ଯ୍ୟକ୍ରମରେ ଫିକିର ନ୍ୟାସନାଲ ଏକଜିକ୍ୟୁଟିଭ୍ ମେମ୍ବର ଏମ୍ ରଫିକ୍ ଅହମ୍ମଦ, ରାମକୋ ଗ୍ରୁପ୍ ଅଧ୍ୟକ୍ଷ ପି.ଭି. ଆର ରାଜୁ, ଶ୍ରୀରାମ ଗ୍ରୁପ୍ ଅଧ୍ୟକ୍ଷ ଆର୍. ତ୍ୟାଗରାଜନ, ଟିଏସ୍ଡିପିଏଲ୍ ଏମ୍ଡି ଆବ୍ରାହମ ଷ୍ଟିଫେନସନ୍, ରାଜ୍ୟ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ସ୍ବାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟା ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନ ପ୍ରମୁଖ ରୋଡ୍ ସୋ’ରେ ସାମିଲ ହୋଇଥିଲେ ।

   Related Posts