ମିଶନ ଶକ୍ତି ମହିଳା ସମାବେଶରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ; ଗସ୍ତ ପୂର୍ବରୁ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅଟକ

Published By : Prameya-News7 Bureau | January 05, 2019 IST

ପୁରୀ ୫|୧: ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀରେ ମିଶନ ଶକ୍ତି ମହିଳା ସମାବେଶରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ସମାବେଶରେ ରାଜ୍ୟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ପ୍ରାୟ ୫୦ ହଜାର ମହିଳା ଯୋଗ ଦେଇଛନ୍ତି । ସମାବେଶରେ ସ୍ବୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ପ୍ରୋତ୍ସାହନ ରାଶି ଓ ମୋବାଇଲ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭର କାର୍ଯ୍ୟକ୍ରମ ରହିଛି । ସମାବେଶରେ ରାଜ୍ୟର ୨୫ ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ଓ ସଂପାଦକମାନେ ଯୋଗଦେଇଛନ୍ତି । ପୂର୍ବରୁ ଘୋଷିତ ହୋଇଥିବା ଏହି ଯୋଜନାରେ ପ୍ରତ୍ୟେକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଓ ୩ ହଜାର ଟଙ୍କାର ଏକ ମୋବାଇଲ ପାଇଁ ଅର୍ଥରାଶି ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ସହ କିଛି ସହଯୋଗୀଙ୍କୁ ଅଟକ ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.