ବଲାଙ୍ଗିରଠାରେ ମିଶନ ଶକ୍ତି ସମାବେଶରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମିଶନ ଶକ୍ତି ଗୃହର କାର୍ଯ୍ୟାଦେଶ କଲେ ବଣ୍ଟନ

Published By : Prameya-News7 Bureau | March 06, 2019 IST

ବଲାଙ୍ଗିର ୬|୩ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବଲାଙ୍ଗୀର ଗସ୍ତ କରିଛନ୍ତି । ବଲାଙ୍ଗୀର  ପଥରଚେପା ଠାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଶନ ଶକ୍ତି ଭବନ ପାଇଁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି ନବୀନ । ଏହାସହ ବ୍ଲକ୍ ସ୍ତରୀୟ ମହାସଂଘ ପାଇଁ ସହାୟତା ଓ ମିଶନ ଶକ୍ତି ଗୃହ ଯୋଗାଇଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

{"id":91116}

ଦିନିକିଆ ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ । ଦେଢ଼ ମାସରେ ମଧ୍ୟରେ ନବୀନଙ୍କ ଏହା ଦ୍ବିତୀୟ ବଲାଙ୍ଗିର ଗସ୍ତ । ପଥରଚେପା ଠାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମହାସମାବେଶରେ ମିଶନ ଶକ୍ତି ମା ମାନଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି ଗୃହର କାର୍ଯ୍ୟାଦେଶ ବଂଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଏସଏଚଜିକୁ ଟଙ୍କା ଫେରସ୍ତ କରାଯାଇଛି ।  ମିଶନ ଶକ୍ତି ଭବନ ପାଇଁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି ନବୀନ । ଏହା ସହ ମୋବାଇଲ କିଣିବାକୁ ୩ ହଜାର ଟଙ୍କା ଦିଆଯାଇଛି । ବ୍ଲକ୍ ସ୍ତରୀୟ ମହାସଂଘ ପାଇଁ ସହାୟତା ଓ ମିଶନ ଶକ୍ତି ଗୃହ ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

{"id":91118}

୨୦୦୧ ମସିହାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏବେ ୧୮ ବର୍ଷ ମଧ୍ୟରେ ଅନେକ ମହିଳାଙ୍କୁ ନିଜ ଗୋଡ଼ରେ ଛିଡା ହେବା ଶିଖାଇଛି । ୭ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ସଶକ୍ତ । ସେମାନଙ୍କୁ ରାଜ୍ୟ ସରକାର ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଡିଜିଟାଲ୍ ସଶକ୍ତିକରଣ ସହାୟତା, ବ୍ଲକସ୍ତରୀୟ ମହାସଂଘ ପାଇଁ ସହାୟତା ପ୍ରଦାନ କରୁଛନ୍ତି। ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ହୋଇପାରିଛି । ରାଜ୍ୟର ଅସଂଖ୍ୟ ମହିଳା ମିଶନ ଶକ୍ତି ପାଇଁ ନିଜ ପରିଚୟ ପାଇଛନ୍ତି ବୋଲି ମତ ପ୍ରକାଶ ପାଇଥିଲା କାର୍ଯ୍ୟକ୍ରମ ଅବସରରେ ।

{"id":91119}

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି କ୍ୟାମ୍ପ ପୁରା ଚଳଚଞ୍ଚଳ ଥିଲା । ସେପଟେ ନବୀନଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ବି କଡ଼ାକଡ଼ି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.