Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||
  • ଖଲ୍ଲିକୋଟ : ପାଖେଇ ଆସୁଛି ‘ଜଓ୍ବାଦ’, ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମତ୍ସ୍ୟଜୀବୀ
  • ||

ଜିଲ୍ଲାପାଳ ସମ୍ମିଳନୀର ଅଫିସରଙ୍କୁ ‘ମୋ ସରକାର’ର ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

17/01/2020 at 12:01 PM

ଭୁବନେଶ୍ବର ୧୭।୧: ଲୋକସେବା ଭବନରେ ଆରମ୍ଭ ହୋଇଛି ଜିଲ୍ଲାପାଳ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଥିବା ବେଳେ ସବୁ ଜିଲ୍ଲାପାଳଙ୍କ ସମେତ ବିଭାଗୀୟ ସଚିବ ଏବଂ ଆଇଏଏସ ଅଫିସର ଯୋଗଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନରେ ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଆଇଏଏସ୍ ଅଫିସରଙ୍କୁ ଉଦବୋଧନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଢେ ଚାରି କୋଟି ଓଡିଆ ମୋ ପରିବାର । ସେମାନଙ୍କ ଆଶୀର୍ବାଦରେ ମୁଁ ୨୦ବର୍ଷ ଧରି ସେବା କରୁଛି । ଆମ ପିଲାଏ ଭଲ ଶିକ୍ଷା ପାଆନ୍ତୁ, ଭାଇ-ଭଉଣୀମାନେ ଭଲ ରୋଜଗାର କରନ୍ତୁ, ବୟସ୍କମାନେ ଭଲ ଚିକିତ୍ସା ସୁବିଧା ପାଆନ୍ତୁ ବୋଲି ମୁଁ ଚାହେଁ । ଆପଣମାନେ ସମସ୍ତେ ପରିବର୍ତ୍ତନର ସାରଥୀ । ‘ମୋ ସରକାର’ର ମୁଖବନ୍ଧରେ ଆମ ପ୍ରଶାସନର ପ୍ରତିଛବି ରହିଛି ।

ଏହି ଅବସରରେ ସମସ୍ତଙ୍କୁ ‘ମୋ ସରକାର’ର ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ, ଜନସାଧାରଣ ଗଣତନ୍ତ୍ରର ଆତ୍ମା । ଗଣତନ୍ତ୍ରରେ ପ୍ରତି ସଂସ୍ଥା ଲୋକଙ୍କ ପାଇଁ ରହିଛି । ସେମାନଙ୍କ ଅର୍ଥରେ ପ୍ରତିଷ୍ଠା ହୋଇଥିବା ଏସବୁ ସଂସ୍ଥା ସେମାନଙ୍କ ସଶକ୍ତିକରଣ ଏବଂ ସେବା ପାଇଁ ଉଦ୍ଦିଷ୍ଟ । ଯେକୌଣସି ବ୍ୟକ୍ତି ଏସବୁ ସଂସ୍ଥାରେ ଉଚିତ୍ ସମ୍ମାନ ମିଳିବ । ଲୋକମାନେ ହିଁ ଅସଲ ମାଲିକ । ସେମାନଙ୍କ ସମସ୍ୟାକୁ ଠିକ୍ ଭାବରେ ସମାଧାନ କରାଯିବ । ନବୀନଙ୍କ ପ୍ରତିଟି ଧାଡି ସହ ସ୍ବର ମିଶାଇ ଆଇଏଏସ୍ ଅଫିସରମାନେ ଶପଥ ନେଇଛନ୍ତି ।

   Related Posts