Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

SCB ପାଇଁ ବଡ ପ୍ୟାକେଜକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

25/01/2020 at 1:55 PM

ଭୁବନେଶ୍ବର ୨୫।୧: କଟକ ଏସସିବି ପାଇଁ ବଡ ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏସସିବିର ପୁନର୍ବିନ୍ୟାସରେ କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାଜେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏସସିବିକୁ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରତିଷ୍ଠାନ ଭାବରେ ବିକଶିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଫଳରେ ଏହାର କାର୍ଯ୍ୟ ଆରମ୍ଭ କରାଯାଇଛି ।

ଏଥିରେ କ୍ଷତିଗ୍ରସ୍ତ ବାସଗୃହ ଅନଧିକୃତ ଭାବେ ନିର୍ମିତ ବାସଗୃହ, ମାଛ ମାର୍କେଟ୍ କମ୍ପ୍ଲେକ୍ସ, ସ୍ଥାୟୀ ଦୋକାନ ଘର, ଅନଧିକୃତ ଭାବରେ ନିର୍ମିତ ଦୋକାନ ଗୃହ, ଉଠାଦୋକାନୀ, ଧାର୍ମିକ ଅନୁଷ୍ଠାନ, କ୍ଲବ୍ ଓ ଗୁହାଳ ଆଦି ପାଇଁ ସହାୟତା ଘୋଷଣା କରାଯାଇଛି ।

କ୍ଷତିଗ୍ରସ୍ତ ପରିବାରକୁ ଏକକାଳୀନ ୫୦ ହଜାର ଟଙ୍କାର ସହାୟତା ଦିଆଯିବ । ସିଏମସି ଅଞ୍ଚଳରେ ପ୍ରତି ପରିବାର ପାଇଁ ଅସ୍ଥାୟୀ ବାସଗୃହ ପାଇଁ ଲାଇସେନ୍ସ କରାଯିବ । ଅସ୍ଥାୟୀ ଆବାସସ୍ଥଳୀରେ ୮ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ଖାଇବାକୁ ଦିଆଯିବ । ସ୍ଥାନାନ୍ତରିତ ଲୋକଙ୍କ ପାଇଁ ପରିବହନ ବ୍ୟବସ୍ଥା କରାଯିବ ।

ରେଜିଷ୍ଟ୍ରିଭୁକ୍ତ ମାଛ ବ୍ୟବସାୟୀଙ୍କ ପାଇଁ ଏକକାଳୀନ ଏକ ଲକ୍ଷ ଟଙ୍କା ସହାୟତା ଦିଆଯିବ । ମାଛ ମାର୍କେଟ୍ କମ୍ପ୍ଲେକ୍ସ ବ୍ୟବସାୟୀଙ୍କୁ ସିକ୍ୟୁରିଟି ଫେରାଇବେ ସରକାର । ନିଜସ୍ବ ଜମିରେ ନିର୍ମିତ ଦୋକାନ ଘରକୁ ସରକାର ସିଧା ଅଧିଗ୍ରହଣ କରିବେ ।

କ୍ଷତିଗ୍ରସ୍ତ ଦୋକାନୀଙ୍କୁ ପରିବହନ ଓ ବ୍ୟବସାୟ ପାଇଁ ୨ କିସ୍ତିରେ ସହାୟତା ଦିଆଯିବ । ଅନଧିକୃତ ଦୋକାନ ଘର ପାଇଁ ୩୦ ହଜାର ଟଙ୍କାର ସହାୟତା ଦିଆଯିବ । ଉଠାଦୋକାନୀଙ୍କୁ ମିଳିବ ୨୦ ହଜାର ଏବଂ ଅନୁଷ୍ଠାନଗୁଡିକୁ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ ।

   Related Posts