'କରୋନା'କୁ ନେଇ ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍, ବିଦେଶରୁ ଫେରିଥିଲେ କରନ୍ତୁ ରେଜିଷ୍ଟ୍ରେସନ...

Published By : Prameya-News7 Bureau | March 18, 2020 IST

ଭୁବନେଶ୍ବର ।୩: କରୋନାକୁ ନେଇ ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ୍ । ବିଦେଶ ଫେରନ୍ତାଙ୍କୁ ରେଜିଷ୍ଟ୍ରେସନ କରି ଆସୋଲେସନ୍ ରେ ରହିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡିଶାରେ ପହଞ୍ଚିବାର ୨୪ ଘଣ୍ଟା ମଧ୍ୟରେ ୧୦୪ ଟୋଲ୍ ଫ୍ରି ନମ୍ବର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଅନଲାଇନ୍ ପୋର୍ଟାଲ covid19.odisha.gov.inରେ ମଧ୍ୟ ରେଜିଷ୍ଟର କରିପାରିବେ । ଏଥିରେ ଆପଣଙ୍କ ଟେଲିଫୋନ୍ ନମ୍ବର ସହ ସବୁ ତଥ୍ୟ ରହିବା ଜରୁରୀ ।

ଆପଣଙ୍କ ପରିବାର ଏବଂ ବନ୍ଧୁମାନେ ମଧ୍ୟ ଆପଣଙ୍କ ପାଇଁ ରେଜିଷ୍ଟ୍ରେସନ କରିପାରିବେ । ରେଜିଷ୍ଟ୍ରେସନ କରିବା ସହ ନିଜ ଘରେ ୧୪ ଦିନ ଅଲଗା ରୁହନ୍ତୁ । କାହା ସହ ମିଳାମିଶା ନକରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.