କ୍ବାରେଣ୍ଟାଇନ୍ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍, ଉଲଂଘନ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | May 04, 2020 IST

ଭୁବନେଶ୍ବର ୪।୫: ପ୍ରବାସୀ ଓଡିଆଙ୍କୁ କ୍ବାରେଣ୍ଟାଇନ୍ ନିୟମ ପାଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଛନ୍ତି । ନିୟମ ଉଲଂଘନ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଟ୍ବିଟ୍ ଯୋଗେ ମୁଖ୍ୟମନ୍ତ୍ରୀ ଏହି ଅପିଲ୍ କରିଛନ୍ତି । ଟ୍ବିଟ୍‌ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟକୁ ଫେରୁଥିବା ପ୍ରତ୍ୟେକ ଓଡିଆ ଆମ ନିଜର । ବର୍ତ୍ତମାନ ସମୟରେ ସମାନ୍ୟ ଅସାବଧାନତା ଅନେକଙ୍କୁ ବିପଦରେ ପକାଇବ । ପ୍ରତ୍ୟେକଟି ଜୀବନର ସୁରକ୍ଷା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହ କ୍ବାରେଣ୍ଟାଇନ୍ ବ୍ୟବସ୍ଥା ହୋଇଛି ।

wp:html /wp:html

ବର୍ତ୍ତମାନ ଓଡିଶା ଭଲ ସ୍ଥିତିରେ ଅଛି । ଏଥିପାଇଁ ଲକ୍ଷ ଲକ୍ଷ ଲୋକ ଦିନରାତି ନିରନ୍ତର କାର୍ଯ୍ୟ କରୁଛନ୍ତି । ବହୁ ଓଡିଆ ନିଜ କର୍ମରୁ ଉର୍ଦ୍ଧ୍ବକୁ ଯାଇ ତ୍ୟାଗ ମନୋଭାବ ନେଇ ଏହି ଅଭୂତପୂର୍ବ ପରିସ୍ଥିତିକୁ ସାମ୍ନା କରୁଛନ୍ତି । ଯେଉଁମାନେ ଓଡିଶାକୁ ଫେରୁଛନ୍ତି ସେମାନେ ମଧ୍ୟ ସେହି ତ୍ୟାଗ ସହ ନିଜ ଉତ୍ତରଦାୟିତ୍ବ ନିର୍ବାହ କରନ୍ତୁ ।

wp:html /wp:html

ବାହାର ରାଜ୍ୟରୁ ଆସୁଥିବା ଓଡିଆମାନେ ନିଜ ତଥା ନିଜ ପରିବାରର ଜୀବନ ସରୁକ୍ଷା ପାଇଁ କ୍ବାରେଣ୍ଟାଇନରେ ରହିବା ସହ ସରକାରଙ୍କ ସମସ୍ତ ନିୟମ କଡାକଡି ପାଳନ କରନ୍ତୁ । ଏହାର ଉଲଂଘନ କ୍ଷେତ୍ରରେ ସରପଞ୍ଚମାନେ ତୁରନ୍ତ ପ୍ରଶାସନକୁ ଅବଗତ କରିବେ । ଉଲ୍ଲଘଂନକାରୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

wp:html /wp:html

ସୂଚନାଯୋଗ୍ୟ ଯେ, ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡିଆମାନେ ରାଜ୍ୟକୁ ଫେରିବା ପରେ କ୍ବାରେଣ୍ଟାଇନ୍ ନିୟମ ପାଳନ କରୁନଥିବା ଦେଖିବାକୁ ମିଳିଛି । କେହି କେହି କ୍ବାରେଣ୍ଟାଇନ୍ ସେଣ୍ଟରରୁ ଲୁଚି ପଳାଇଯାଉଥିବା ମଧ୍ୟ ଦେଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.