Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

ମେକ୍ ଇନ୍ ଓଡ଼ିଶା କନକ୍ଲେଭ : ଶିଳ୍ପପତିଙ୍କ ପ୍ରଶ୍ନର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

12/11/2018 at 5:35 PM

ଭୁବନେଶ୍ବର ୧୨|୧୧:  ମେକ୍‌ ଇନ୍ ଓଡ଼ିଶା କନକ୍ଲେଭରେ ଶିଳ୍ପପତିଙ୍କ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ପ୍ରତିଷ୍ଠିତ ବିଜନେସ୍ ଟାଇକୁନମାନେ ଓଡ଼ିଶାର ଅଗ୍ରଗତି , ଉନ୍ନତି ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ନବୀନଙ୍କୁ ପ୍ରଶ୍ନ କରିଥିଲେ । ସବୁ ପ୍ରଶ୍ନର ଉତ୍ତର ରଖିଥିଲେ ନବୀନ ।  ଉତ୍ତର ପାଇବା ପରେ ଶିଳ୍ପପତିମାନେ କରତାଳି ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ  ।

ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭରେ ପ୍ରଥମ ପ୍ରଶ୍ନ କରିଥିଲେ ଶିଳ୍ପପତି ତଥା ବେଦାନ୍ତର ମୁଖ୍ୟ ଅନିଲ୍‌ ଅଗ୍ରୱାଲ୍‌ । ପ୍ରକୃତିରେ ଭରପୁର ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି । ଏହାର ଅଧିକ ବିକାଶ କରିବାକୁ ଆପଣ କି ଯୋଜନା ରିଖିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଉତ୍ତରରେ ନବୀନ କହିଛନ୍ତି ଯେ, ଚିଲିକା ହ୍ରଦ, ବିସ୍ତିର୍ଣ୍ଣ ବେଳାଭୂମୀ ସହ ଅନେକ ଐତିହାସିକ ମନ୍ଦିର ଓଡ଼ିଶାରେ ରହିଛି ତେଣୁ ପର୍ଯ୍ୟଟନ ବିକାଶ ଦିଗରେ ରାଜ୍ୟ ସରକାର ଯଥେଷ୍ଟ ପଦକ୍ଷେପ ନେଉଛନ୍ତି ।

ଜେଏସଡବ୍ଲୁର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ସ୍କିଲ ଡେଭଲପମେଣ୍ଟ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ ରହିଛି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ରାଜ୍ୟରେ ଅଧିକ କୁଶଳୀ ସୃଷ୍ଟି କରିବା । ଯେଉଁଥି ପାଇଁ ସିଙ୍ଗାପୁର ସହଭାଗିତାରେ ୧୦୦ ଶିକ୍ଷକଙ୍କୁ ସେଠାକୁ ସ୍କିଲ୍ ଡେଭଲପମେଣ୍ଟ ତାଲିମ ପାଇଁ ପଠାଯାଇଥିଲା । ସେମାନେ ରାଜ୍ୟର ଯୁବପିଢ଼ୀଙ୍କୁ ଦକ୍ଷତା କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରିବେ ।

ତୃତୀୟ ପ୍ରଶ୍ନ ପଚାରିଥିଲେ ଆପୋଲୋ ହସ୍ପିଟାଲର ମ୍ୟାନେଜିଙ୍ଗ ଡାଇରେକ୍ଟର ସଂଗୀତା ରେଡ୍ଡି । ସବୁଜ ସହର କରିବା ଦିଗରେ ଓଡ଼ିଶାର ଭୂମିକା ଏବଂ ସ୍ବାସ୍ଥ୍ୟ ଯୋଜନାକୁ ନେଇ ସରକାରଙ୍କ ଆଭିମୁଖ୍ୟ କ’ଣ ବୋଲି ପ୍ରଶ୍ନ କରିଥିଲେ ସଂଗୀତା । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାବାସୀ ବୃକ୍ଷ ପ୍ରିୟ । ସେଥିପାଇଁ ବୃକ୍ଷରୋପଣ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଦେଶରେ ହାତଗଣତି ରାଜ୍ୟମାନଙ୍କ ମଧ୍ୟରେ ସ୍ବତନ୍ତ୍ର ରହିଛି । ସେହିପରି ରାଜ୍ୟବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ସ୍ବାସ୍ଥ୍ୟ ସେବା ନୀତି ଆରମ୍ଭ କରିଛନ୍ତି । ଯାହାଦ୍ବାରା ସବୁ ଲୋକ ଲାଭବାନ ହେବେ ।

ରିଲିଆନ୍ସ ଇଣ୍ଡଷ୍ଟ୍ରି ମୁଖ୍ୟ ମୁକେଶ ଅମ୍ବାନୀଙ୍କ ପ୍ରଶ୍ନ ଥିଲା ଆସନ୍ତା ୩ ରୁ ୫ ବର୍ଷ ଭିତରେ କେଉଁ ସେକ୍ଟରରେ ଓଡିଶା ଅଧିକ ନିବେଶ ଲକ୍ଷ୍ୟ ରଖିଛି  ଏବଂ କ୍ରୀଡା ଏବଂ ଶିକ୍ଷା କ୍ଷେତ୍ରରେ କେଉଁଠି ପୁଞ୍ଜି ନିବେଶ କଲେ ଓଡିଶାର ଯୁବବର୍ଗ ଆଗକୁ ବଢିବେ ? ଏହାର ଉତ୍ତରରେ ନବୀନ କହିଥିଲେ ଖଣିଜଦ୍ରବ୍ୟ କ୍ଷେତ୍ରରେ ଓଡ଼ିଶା ଅଧିକ ବିନିଯୋଗ ଦେଖିବାକୁ ଚାହୁଁଛି । ଏଦଗିରେ ନିଯୁକ୍ତିର ବି ସମ୍ଭାବନା ବି ରହିଛି । ସେହିଭଳି ଅନ୍ୟାନ୍ୟ ସେକ୍ଟର ପ୍ରତି ମଧ୍ୟ ଗୁରୁତ୍ବ ଦିଆଯାଉଛି । କ୍ରୀଡା ହଁ ଯୁବବର୍ଗ ଓ ଯୁବବର୍ଗ ହିଁ ଭବିଷ୍ୟତ ବୋଲି କହିଥିଲେ ନବୀନ । କୁମାର ମଙ୍ଗଲମ୍‌ ବିର୍ଲା ଫାଉଣ୍ଡେସନ୍‌ ରାଜ୍ୟରେ ସୁଟିଂ ଇନଷ୍ଟିଚ୍ୟୁଟ୍‌ କରିବାକୁ ଯାଉଛି ।ଏଥିରୁ ଅଲିମ୍ପିଆନ୍‌ ବାହାରିବେ । ଏହି ମାସରେ ଆମେ ରାଜ୍ୟରେ ହକି ବିଶ୍ବକପ୍‌ ମଧ୍ୟ ଆୟୋଜନ କରିଛୁ ବୋଲି ନବୀନ କହିଥିଲେ ।

   Related Posts