ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍, ୪ ଜିଲ୍ଲାର ୨୦ବ୍ଲକ୍‌ରେ ନରେଗା ମଜୁରି ବୃଦ୍ଧି

Published By : Prameya-News7 Bureau | January 15, 2020 IST

ଭୁବନେଶ୍ବର ୧୫।୧: ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା ନିମନ୍ତେ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁ ଶ୍ରମିକମାନେ କାମ କରିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି ସେମାନଙ୍କୁ ଚିହ୍ନଟ କରି କାମ ଯୋଗାଇବା ସହ ସେମାନଙ୍କ ପରିବାରର ଆର୍ଥିକ ସ୍ବଚ୍ଛଳତା ପାଇଁ ସରକାର ପ୍ୟାକେଜ୍ ଘୋଷଣା କରିଛନ୍ତି ।

ଶ୍ରମିକ ପ୍ରବଣ ୪ ଜିଲ୍ଲା ବରଗଡ, ନୂଆପଡା, କଳାହାଣ୍ଡି, ବଲାଙ୍ଗୀରର ୨୦ ବ୍ଲକରେ ନରେଗା ମଜୁରି ବୃଦ୍ଧି କରାଯାଇଛି । ଦୈନିକ ମଜୁରୀ ୨୮୬. ୮୬ ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି ନରେଗାରେ ୧୦୦ ଦିନ ବଦଳରେ ଏଣିକି ୨୦୦ ଦିନ କାମ ମିଳିବ । ୪ ଜିଲ୍ଲାର ୨୦ ବ୍ଲକର ପ୍ରତି ପରିବାର ମହିଳାଙ୍କୁ ଏସଏଚଜିରେ ଯୋଡ଼ିବାକୁ ନିଷ୍ପତ୍ତି ହୋଇଛି ।

ପ୍ରବାସୀ ଶ୍ରମିକଙ୍କ ପାଇଁ ବ୍ୟାଙ୍କିଂ ସୁବିଧା ସହ ୧୮ରୁ ୩୫ ବର୍ଷ ଭିତରେ ଯୋଗ୍ୟ ଯୁବକ ଯୁବତୀଙ୍କୁ ଧନ୍ଦାମୂଳକ ତାଲିମ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାସହ ଏହି ୨୦ ବ୍ଲକର ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ନବୀନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.