ଲିଙ୍ଗରାଜ ମନ୍ଦିର କଡ଼ରୁ ଉଠିବେ ଉଠା ଦୋକାନୀ , ବଡ଼ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 12, 2019 IST

ଭୁବନେଶ୍ବର୧୨/୧୨: ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରର ଚତୁର୍ପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହାକୁ ସ୍ଥାନୀୟ ଜନ ସାଧାରଣ ଓ ବ୍ୟବସାୟୀ କଡା ବିରୋଧ କରିଛନ୍ତି। କ୍ଷୁଦ୍ର ବ୍ୟବସାୟୀ ଓ ଉଠା ଦୋକାନୀ ଥଇଥାନ ଦାବି କରିଛନ୍ତି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଛେଦ ପ୍ରକ୍ରିୟାରେ କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି।

{"id":196874,"sizeSlug":"large"}

ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, କ୍ଷତିଗ୍ରସ୍ତ ହୋଇଥିବା ଉଠା ଦୋକାନୀଙ୍କୁ ଦୁଇଟି କିସ୍ତିରେ ୩୦ ହଜାର ଟଙ୍କା ଦିଆଯିବ। ସେମାନଙ୍କୁ ଭେଣ୍ଡିଂ ଜୋନର ଥଇଥାନ କରାଯିବ। ସେହିପରି ପକ୍କା ଘର ଥିବା ଦୋକାନୀଙ୍କୁ ମାସକୁ ୧୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ। ଏହି ଟଙ୍କା ଏକ ବର୍ଷ ଯାଏଁ ପ୍ରଦାନ କରାଯିବ। ସେହିପରି ଲିଙ୍ଗରାଜ ଥାନା ଓ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ଅଫିସକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ।

{"id":196875,"sizeSlug":"large"}

ବିନ୍ଦୁସାଗରର ପୁନରୁଦ୍ଧାର ସହ ସମସ୍ତ ଐତିହାସିକ ପୁଷ୍କରିଣୀର ପୁନରୁଦ୍ଧାର ହେବ। କେଦାରଗୌରୀ ଓ ମୁକ୍ତେଶ୍ୱର ମନ୍ଦିର ପରିସରରେ ମଧ୍ୟ ବିକାଶ ହେବ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ନୂଆ ରାସ୍ତା ନିର୍ମାଣ ହେବ। ପାର୍କିଂର ସୁବିଧା ରହିବ।

ତେବେ ଲିଙ୍ଗରାଜ ମନ୍ଦିର ଦେଶର ଦ୍ୱିତୀୟ କାଶୀ ବୋଲି ନବୀନ କହିଛନ୍ତି। ଏକାମ୍ର କ୍ଷେତ୍ରର ୬୭ ଏକର ଅଞ୍ଚଳରେ ବିକାଶ କରାଯିବା ସହ ଏଥିପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.