Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||

ପୁରୀର ସାମଗ୍ରିକ ବିକାଶ ପାଇଁ ୫୦୦କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

23/08/2019 at 1:53 PM

ଭୁବନେଶ୍ବର ୨୩|୮: ସବୁଠୁ ଆକର୍ଷଣୀୟ ହେବ ଜଗନ୍ନାଥ ଧାମ । ଶ୍ରୀକ୍ଷେତ୍ର ପୁରୀର ବିକାଶ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ପୁରୀର ସାମଗ୍ରିକ ବିକାଶ ପାଇଁ ୫୦୦କୋଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଲୋକସେବା ଭବନରେ ବସିଥିବା ସମୀକ୍ଷା ବୈଠକରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିତ୍ତଭୂମି ବିକାଶ, ନୂଆ ରସ୍ତା, ସେତୁ ପାର୍କିଂ ପ୍ଲେସ ପାଇଁ ଯୋଜନା କରାଯାଇଛି । ଏଥିପାଇଁ ବିଦେଶୀ ଜ୍ଞାନକୌଶଳର ସହାୟତା ନେବେ ରାଜ୍ୟ ସରକାର ।

ପୁରୀ ସହରକୁ ସରସ ସୁନ୍ଦର କରିବା ପାଇଁ ଶ୍ରୀମନ୍ଦିର ଚର୍ତୁପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ୪ ଦିନ ହେଲା ମେଘନାଥ ପାଚେରୀ କଡରେ ଥିବା ଦୋକାନ ଓ ଘର ଭଙ୍ଗାଯାଇଛି । ଶ୍ରୀମନ୍ଦିର ପରିବେଶକୁ ଅଧିକ ଆକର୍ଷଣୀୟ କରିବା ଲାଗି ପ୍ରସ୍ତୁତ ବ୍ଲୁପ୍ରିଣ୍ଟ କାମ ଆସନ୍ତା ୨ ବର୍ଷ ମଧ୍ୟରେ ସରିବ । ମେଘନାଦ ପାଚେରୀ ଚାରିପାଖରୁ ୭୫ମିଟର ଅବରୋଧମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ।

ସେହିପରି ଶ୍ରୀମନ୍ଦିର ସିଂହଦ୍ବାର ସାମ୍ନା ବଡଦାଣ୍ଡରେ ପ୍ରତି ରବିବାର ବଡଦାଣ୍ଡ ମହୋତ୍ସବ କାର୍ଯ୍ୟକ୍ରମ ହେଉଛି । ଶ୍ରୀକ୍ଷେତ୍ରର ଚେହେରା ବଦଳାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ପୁରୀ ପାଇଁ ମୁଖ୍ୟମନ୍ତ୍ରୀ କେଉଁ ଯୋଜନା କରିଛନ୍ତି ସେନେଇ ଏକ ପ୍ରାମାଣିକ ଚିତ୍ର ପ୍ରସ୍ତୁତ କରାଯାଇଛି ।

   Related Posts