ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡରେ ୫ ଗୁରୁତର, ଆହତଙ୍କୁ ମାଗଣାରେ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Published By : Prameya-News7 Bureau | October 07, 2020 IST

ଭୁବନେଶ୍ବର ୭।୧୦: ଭୁବନେଶ୍ବର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଯୋଗୁଁ ୫ଜଣ ଗୁରୁତର ହୋଇଛନ୍ତି । ୩ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

{"id":340088,"sizeSlug":"large"}

ପେଟ୍ରୋଲ ପମ୍ପ୍ ଅଗ୍ନିକାଣ୍ଡରେ ଆହତଙ୍କୁ ମାଗଣାରେ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ପେଟ୍ରୋଲ ପମ୍ପ୍ ରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧିନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

wp:html /wp:html

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ହୁତ ହୁତ ହୋଇ ନିଆଁ ଜଳୁଥିଲା । ଟାଙ୍କିରେ କୌଣସି କାରଣରୁ ନିଆଁ ଲାଗି ଭୟଙ୍କର ଭାବେ ବିସ୍ଫୋରଣ ହୋଇଥିଲା । ଆଉ ହୁତ ହୁତ ହୋଇ ଆକାଶ ଉଚ୍ଚାରେ ଉଠିଥିଲା ନିଆଁ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳ ଥରି ଉଠିଥିଲା ।

{"id":340089,"sizeSlug":"large"}

ଲୋକେ ଭୟରେ ଏଣେତେଣେ ଦୌଡିବାରେ ଲାଗିଥିଲେ । ଗାଡିରେ ତେଲ ପକାଇବାକୁ ଆସିଥିବା ଲୋକେ ନିଜ ଗାଡିକୁ ଫିଙ୍ଗି ଭୟରେ ଜୀବନ ବଞ୍ଚାଇବାକୁ ବିକଳରେ ଦୌଡିଥିଲେ । ପେଟ୍ରୋଲ ପମ୍ପ ନିକଟରେ ବହୁ ସଂଖ୍ୟାରେ ଗାଡି ଭାଙ୍ଗିରୁଜି ପଡିଥିଲା । ଏପରିକି ଆଖପାଖର ଘରଦ୍ବାର ସବୁ ଥରି ଉଠିଥିଲା । ଘଟଣାସ୍ଥଳରେ ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ, ଡିସିପି ଉମାଶଙ୍କର ଦାସ ପ୍ରମୁଖ ପହଞ୍ଚିଛନ୍ତି । ସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଛି ବୋଲି ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.