ବିଜେପୁରରେ ବିଗ୍ ଫାଇଟ୍ : ଆଜି ଗାଇସିଲଟରେ ଗଡିବ ନବୀନଙ୍କ ପ୍ରଚାର ଗାଡି, ମୈଦାନରେ ଟକ୍କର ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | October 18, 2019 IST

ବିଜେପୁର ୧।୧୦: ବିଜେପୁର ଉପ ନିର୍ବାଚନ ପାଇଁ ମାତ୍ର ଆଉ ଦୁଇ ଦିନ ବାକି । ଆସନ୍ତାକାଲି ସରିବ ପ୍ରଚାର । ଏଥିପାଇଁ ପ୍ରମୁଖ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରଚାର । ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରୟାସ ଚଳାଇଛନ୍ତି ଦଳିୟ ନେତା, କର୍ମୀ ଓ ପ୍ରାର୍ଥୀ । ମାଳମାଳ ନେତାଙ୍କ ରାଲି ଓ ସଭାରେ କମ୍ପୁଛି ବିଜେପୁର ବିଧାନସଭା କ୍ଷେତ୍ର ।

{"id":171267,"width":579,"height":429}

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ମାରାଥନ ପ୍ରଚାର କରିଛନ୍ତି । ସ୍ବତନ୍ତ୍ର ବସରେ ବିଜେପୁରର ଏବଂ ବରପାଲି ବ୍ଲକର ବିଭିନ୍ନ ଗାଁ ସାହିରେ ବୁଲି ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଆଜି ଗାଇସିଲଟରେ ନବୀନଙ୍କ ପ୍ରଚାର ଗାଡି ଗଡିବ ।

{"id":171268,"width":579,"height":434}

ସେପଟେ ବିଜେପୁର ମଇଦାନରେ ଆଜି ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଦଳୀୟ ପ୍ରାର୍ଥୀ ସନତ ଗଡତିଆଙ୍କ ପାଇଁ ଦ୍ବିତୀୟ ଥର ପ୍ରଚାର କରିବେ । ସକାଳେ ବିଜେପୁର ଏନଏସିଠାରେ ଧର୍ମେନ୍ଦ୍ର ପ୍ରଧାନ ରୋଡ ସୋ’ କରିବେ । ଏହାପରେ ଅପରାହ୍ନ ୨ଟାରେ ବରପାଲିର ବନ୍ଧପାଲି ଏବଂ ପରେ ଗୋପେଇପାଲିରେ ସନତ ଗଡତିଆଙ୍କ ପାଇଁ ଭୋଟ ଭିକ୍ଷା କରିବେ । ଶେଷରେ ଅପରାହ୍ନ ୪ଟାରେ ବରପାଲି ଏନଏସରେ ମଧ୍ୟ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି ।

{"id":171269,"width":578,"height":429}

ତେବେ ବିଜେପୁରକୁ ନେଇ ରାଜ୍ୟ ରାଜନୀତି ସରଗରମ । ଗତ ସାଧାରରଣ ନିର୍ବାଚନ ଭଳି ବିଜେପୁର ଉପନିର୍ବାଚନରେ ମଧ୍ୟ ବିଗ୍ ଫାଇଟ ଦେଖିବାକୁ ମିଳିଛି । ସେହିପରି କଂଗ୍ରେସ ମଧ୍ୟ ପ୍ରଚାରକୁ ଜୋରଦାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.