ଦୁର୍ବୃତ୍ତଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିଥିବା ନୟାପଲ୍ଲୀ ଥାନା ଆଇଆଇସିଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | November 07, 2019 IST

ଭୁବନେଶ୍ବର ୭।୧୧: ନୟାପଲ୍ଲୀ ଥାନା ଆଇଆଇସି ଅରୁଣ କୁମାର ସ୍ବାଇଁଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ୍ କରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ବୃତ୍ତଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିଥିଲେ ଆଇଆଇସି । ଜଣେ ଦୁର୍ବୃତ୍ତକୁ କାବୁ ମଧ୍ୟ କରିଥିଲେ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ପାସପୋର୍ଟ ଅଫିସ ଆଗରେ ଗତକାଲି ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ଥାନା ଆଇଆଇସି ଜଣେ ଦୁର୍ବୃତ୍ତଙ୍କୁ କାବୁ କରିବା ସହ ଯୁବକଙ୍କୁ ଉଦ୍ଧାର କରିଥିଲେ । ଆହତ ଅବସ୍ଥାରେ ଯୁବକ ପ୍ରମୋଦ ସାହୁ ଓରଫ କାହ୍ନାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.