ନବରଙ୍ଗପୁରରେ ନବୀନ ପଟ୍ଟନାୟକଙ୍କ ପ୍ରଚାର, କହିଲେ ‘ଶେଷ ନିଶ୍ବାସ ଯାଏଁ ସେବା କରିବି’

Published By : Prameya-News7 Bureau | April 06, 2019 IST

ନବରଙ୍ଗପୁର ୬|୪ : କେନ୍ଦ୍ର ସରକାରଙ୍କ ଉପରେ ପୁଣି  ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବରଙ୍ଗପୁର ଓ ଉମରକୋଟରେ ମାରାଥନ ପ୍ରଚାର ବେଳେ ବିରୋଧୀଙ୍କୁ ତୀବ୍ର ଆକ୍ଷେପ କରିଛନ୍ତି ବିଜେଡି ସୁପ୍ରିମୋ । ବିଜେଡି ଇସ୍ତହାରରେ ଚାଷୀ କଲ୍ୟାଣକୁ ଗୁରୁତ୍ବ ଦିଆଯାଇଥିଲା କହିଛନ୍ତି ନବୀନ । କାଳିଆ ଯେ।ଜନାରେ ୪୦ଲକ୍ଷ ୫୮ ହଜାର ଚାଷୀ ଉପକାର ପାଇଛନ୍ତି । ଆଉ ୨୫ଲକ୍ଷ ଚାଷୀଙ୍କ ଲିଷ୍ଟ ତିଆରି ହେଉଛି । ସବୁ ଚାଷୀଙ୍କୁ ୨ଟି କିସ୍ତିରେ ୧୦ହଜାର ଲେଖାଏଁ ଦିଆଯିବ ।

{"id":100780}

ତେବେ ପୁଣି ଥରେ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ନବୀନ । ୫ବର୍ଷ ଭିତରେ କେନ୍ଦ୍ରର କୌଣସି ନେତା ଆସିନାହାନ୍ତି । ଓଲଟା କେବିକେ ଯେ।ଜନା, ଏସଏଚଜି ଓ ପିଲାଙ୍କ ଷ୍ଟାଇପେଣ୍ଡ ବନ୍ଦ କରିଥିବା କହିଛନ୍ତି ବିଜେଡି ସୁପିମେ। । ମେ।ଦି ସରକାର ୧୦କେ।ଟି ଚାକିରୀ ପ୍ରତିଶ୍ରୃତି, ଦୁଇଗୁଣା ଏମଏସପି, ନବରଙ୍ଗପୁର ରେଳ ଲାଇନ୍, ଜଳସେନ କୁଆଡେ ଗଲା ବେ।ଲି କହିଛନ୍ତି ନବୀନ । ମେ।ର ଶେଷ ନିଶ୍ବାସ ଥିବା ଯାଏ ମୁଁ ଓଡିଶାବାସୀଙ୍କ ସେବା କରିବି । ମେ।ତେ ଆଶୀର୍ବାଦ କରି ଶଂଖକୁ ଭେ।ଟ୍ ଦେଇ ଜିତାନ୍ତୁ ବେ।ଲି ନିବେଦନ କରିଛନ୍ତି ନବୀନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.