ଆଜିଠାରୁ ୨ ଦିନିଆ ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ

Published By : Prameya-News7 Bureau | April 15, 2019 IST

ଭୁବନେଶ୍ୱର ୧୫/୪ : ଆଜି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ନିର୍ବାଚନ ପ୍ରଚାର ପାଇଁ ଆଜିଠାରୁ ୨ ଦିନିଆ ଗସ୍ତରେ ବିଜେଡି ସୁପ୍ରିମୋ | ବରଗଡ଼ରୁ ନବୀନ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିବେ | ବରଗଡ଼ ପଦ୍ମପୁର, ଶତିବାହାଲ ଏୟାର ଷ୍ଟ୍ରିପରେ ପହଂଚି ଅତାବିରାରେ ଏକ ସାଧାରଣ ସଭାରେ ଯୋଗ ଦେବେ | ପରେ ପଦ୍ମପୁର, ବଲାଙ୍ଗୀର ଓ ପାଟଣାଗଡ଼ରେ ସାଧାରଣ ସଭାରେ ଉଦବୋଧନ ଦେବେ ନବୀନ |

{"id":103588}

ଏହାପରେ ବେଲପଡା ଅଭିମୁଖେ ଯିବେ | ବେଲପଡାରୁ ବାହାରି କଣ୍ଟାବାଞ୍ଜି, ବଂଗୋମୁଂଡା, ହଳଦୀ, ଟିଟିଲାଗଡ଼, ବେଲଗାଁ, ସଇଁତଳା, ଦେଓଗାଁ, ଲୋଇସିଂହା, ବଲାଙ୍ଗୀର, ସାଲେଭତାକୁ ଏକ ରୋଡ଼ ଶୋ'ରେ ଯିବେ | ବରଗଡ଼ରେ ଆଜି ନବୀନ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି | ଆସନ୍ତାକାଲି ସେ ବରପାଲି, ବିଜେପୁର ଆଦି ସ୍ଥାନରେ ପ୍ରଚାର କରିବେ | ରାଜ୍ୟ ସରକାରଙ୍କ ଯାହାସବୁ ଯୋଜନା ରହିଛି ସେ ସବୁ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.