ଗଜପତିରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସହ ଜିରାଙ୍ଗରେ ବୌଦ୍ଧ ଧର୍ମଗୁରୁ ପଦ୍ମ ସମ୍ଭବଙ୍କ ପ୍ରତିମୂର୍ତି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | February 07, 2019 IST

ମୋହନା ୭|୨: ଗଜପତି ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ସ୍ଥାନରେ ୬୭କୋଟି ଟଙ୍କାରେ ନିର୍ମିତ ୧୨୯ଟି  ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ସହ ୧୪କୋଟି ଟଙ୍କାରେ ହେବାକୁ ଥିବା ୯୮ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ମୋହନା ବ୍ଲକ୍ ଜିରାଙ୍ଗ ବୌଦ୍ଧ ମନ୍ଦିର ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

{"id":82782}

ଜିରାଙ୍ଗ ମନ୍ଦିର ନିକଟ ପଦ୍ମ ସାଗରରେ ନିର୍ମିତ ବୌଦ୍ଧ ଧର୍ମଗୁରୁ ପଦ୍ମ ସମ୍ଭବଙ୍କ ୧୯ଫୁଟର ପ୍ରତିମୂର୍ତି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮ଟନ୍ ପଥରରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରତିମୂର୍ତ୍ତି । ଏହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ପାଇଁ ୨ବର୍ଷ ସମୟ ଲାଗିଥିଲା । ଏହାସହ ଜିରାଙ୍ଗଠାରେ ୧୦ହଜାର ଲୋକଙ୍କ ସମାଗମ ହୋଇଥିବା ସଭାରେ ମଧ୍ୟ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

{"id":82780}

ହେଲିକପ୍ଟଟର ଯୋଗେ ମୋହନାରେ ପହଞ୍ଚିବା ପରେ ଗୁରୁ ପଦ୍ମସମ୍ଭବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ତିବ୍ବତୀୟ ମାନଙ୍କର ଏକ ସଭାରେ ଯୋଗଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସାରା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.