ବାଲେଶ୍ବରକୁ ୬ହଜାର କୋଟି ଟଙ୍କରୁ ଉର୍ଦ୍ଧ୍ବ ମୂଲ୍ୟର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ, ଭଲକାମ ପାଇଁ ଯୁବବର୍ଗଙ୍କୁ କଲେ ସମ୍ମାନିତ

Published By : Prameya-News7 Bureau | February 13, 2019 IST

ବାଲେଶ୍ବର ୧୩|୨: ଆଜି ବାଲେଶ୍ବରରେ ବିଜୁ ଯୁବବାହିନୀ ସମାବେଶରେ ଯୋଗଦେବା ସହ ୩୩ଟି ପ୍ରକଳ୍ପର ଉଦ୍‌ଘାଟନ ସହ୪୩ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଭିତରେ ବହୁ ପ୍ରତିକ୍ଷିତ ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ସରକାର ଓ ଟାଟା ଷ୍ଟିଲ୍‌ ସହଭାଗିତାରେ ଏହି ବନ୍ଦରର ସ୍ଥାପନା  ହେବାକୁ ଯାଉଛି । ୫ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ବନ୍ଦରର ବାର୍ଷିକ୨୫ରୁ ୫୫ ମିଲିୟନ୍‌ ଟନ୍‌ ପଣ୍ୟ କାରବାର କ୍ଷମତା ରହିବ ବୋଲି ଆକଳନ କରାଯାଇଛି । ଏଥି ସହ ତାଳସାରୀ ମହୋତ୍ସବକୁ ମଧ୍ୟ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ।

{"id":84767}

ବାଲେଶ୍ବର ବିଜୁ ଯୁବବାହିନୀ ସମାବେଶରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ । ଏଥି ସହ ବାଲେଶ୍ବର ଜିଲ୍ଲା ପାଇଁ ୩୩ଟି ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ୪୩ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନବୀନ । ପ୍ରଥମେ ତାଳସାରି ଯାଇ ସେଠାରେ ଆୟୋଜିତ ତାଳସାରୀ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ପରେ ବାଲେଶ୍ବର ପୋଲିସ ଲାଇନ୍‌ ପଡ଼ିଆରେ ଅନୁଷ୍ଠିତ ଯୁବ ସମାବେଶରେ ଉଦ୍‌ବୋଧନ ଦେଇଥିଲେ ।

{"id":84768}

ଏହି ଅବସରରେ ବାଲେଶ୍ବର ଜିଲ୍ଲାର ବହୁ ପ୍ରତିକ୍ଷିତ ସୁବର୍ଣ୍ଣରେଖା ବନ୍ଦର ପାଇଁ ମଧ୍ୟ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ସରକାର ଓ ଟାଟା ଷ୍ଟିଲ ସହଭାଗିତାରେ ଏହି ସୁବର୍ଣ୍ଣରେଖା ବନ୍ଦର ସ୍ଥାପନା ହେବାକୁ ଯାଉଛି । ୫ଜହାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ବନ୍ଦରରେ ୧୨ଟି ବର୍ଥ ରହିବ । ଏହି ବନ୍ଦରରେ ବାର୍ଷିକ ୨୫ରୁ ୫୫ ମିଲିୟନ୍‌ ଟନ୍‌ ପଣ୍ୟ କାରବାର କ୍ଷମତା ରହିବ ବୋଲି ଆକଳନ କରାଯାଇଛି ।ଏଥିରେ ପ୍ରାୟ ୧୨ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି ।

{"id":84769}

ଉତ୍ତର ଓଡ଼ିଶା ବିଜୁ ଯୁବବାହିନୀ ସମାବେଶରେ ଯୋଗଦେଇ ଯୁବକମାନଙ୍କୁ ବିଭିନ୍ନ ସାମାଜିକ କାର୍ଯ୍ୟ ସୁଚାରୁରୂପେ ପରିଚାଳନା ପାଇଁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ସମାବେଶରେ ବାଲେଶ୍ବର ସମେତ ଭଦ୍ରକ, ମୟୁରଭଞ୍ଜ, କେଉଁଝର, ଯାଜପୁର ଭଳି ୫ଟି ଜିଲ୍ଲାରୁ ପ୍ରାୟ ୩୦ହଜାରରୁ ଅଧିକ ଯୁବକଯୁବତୀ ଯୋଗଦେଇଥିଲେ । ଏହି ଅବସରରେ ସମାଜ ପାଇଁ ଉତ୍ତମ କାର୍ଯ୍ୟ କରିଥିବା ଯୁବକଯୁବତୀମାନଙ୍କୁ ପ୍ରୋତ୍ସାହିତ କରିବାକୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ।

{"id":84770}

ତାଳସାରୀରେ ମଧ୍ୟ ପ୍ରାୟ ୭୬କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥି ସହ ବାଲେଶ୍ବର ଜିଲ୍ଲା ପାଇଁ ପ୍ରାୟ ୫ ହଜାର ୭ଶହ ୮୨କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଭେଟି ଦେଇଛନ୍ତି ନବୀନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.