ଆସନ୍ତା କାଲି ଦିନିକିଆ ଝାରସୁଗୁଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | December 20, 2018 IST

ଭୁବନେଶ୍ବର ୨୦|୧୨: ଦିନିକିଆ ଝାରସୁଗୁଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୧ ତାରିଖରେ ୩ ଦିନିଆ ଆତ୍ମୋତ୍ସର୍ଗ ଦିବସକୁଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ସଂସ୍କ୍ରୁତି ମନ୍ତ୍ରୀ ଅଶୋକ ପଣ୍ଡା, ଶ୍ରମମନ୍ତ୍ରୀସୁଶାନ୍ତ ସିଂହ,ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ, ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ୨୨ ତାରିଖରେ ସ୍ବାଧୀନତା ସଂଗ୍ରାମୀବୀର ସୁରେନ୍ଦ୍ର ସାଏଙ୍କ ସହ ତାଙ୍କ ପରିବାରର ୨ ଶହୀଦଙ୍କ ତିରୋଧାନ ଦିବସରେ କେନ୍ଦ୍ରମନ୍ତ୍ରୀ ଜୁଏଲଓରାମ ଓ ଶେଷ ଦିନରେ ଛତିଶଗଡ ଓ ଝାଡଖଣ୍ଡର ଅନେକ ବ୍ୟକ୍ତି ଯୋଗ ଦେବେ । ପ୍ରତ୍ୟେକ ଦିନ ସାଂସ୍କ୍ରୁତିକ କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏହି ଅବସରରେ ୧୪ଟି ପ୍ରକଳ୍ପ ଉଦ୍ ଘାଟନ କରିବେ ମୁଖ୍ୟମନ୍ତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.