ନବରଙ୍ଗପୁର ଓ କୋରାପୁଟରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ; ଉମରକୋଟ ସମାବେଶରେ କେନ୍ଦ୍ର ଉପରେ ବର୍ଷିଲେ

Published By : Prameya-News7 Bureau | February 05, 2019 IST

ଉମରକୋଟ|ଜୟପୁର ୫|୧: କେନ୍ଦ୍ର ସରକାର କେବିକେ ଅନୁଦାନ ବନ୍ଦ କରିଛନ୍ତି । ହେଲେ ରାଜ୍ୟର ବିକାଶକୁ କେହି ରୋକିପାରିବେ ନାହିଁ । ବିଜୁ କେବିକେ ଯୋଜନାରେ ବିକାଶ କାମ ଜାରି ରହିବ । ଏମିତି କହି ଆଜି ଉମରକୋଟ ସମାବେଶରେ ସିଧା କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହ ନବରଙ୍ଗପୁର ଓ କୋରାପୁଟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ମଧ୍ୟ କରିଛନ୍ତି ।

{"id":82151}

ଆଜି ନବରଙ୍ଗପୁରରେ ୧୦୯୭କୋଟି ଟଙ୍କା ବ୍ୟୟରେ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପ ସହ ୧୬ଟି ପ୍ରକଳ୍ପର ଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିଭଳି ୧୯କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । 

{"id":82152}

ଏହି ଅବସରରେ ଉମରକୋଟରେ ଆୟୋଜିତ ସାଧାରଣ ସଭାରେ ସିଧା କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ନବୀନ ।  କହିଥିଲେ, କେନ୍ଦ୍ର ସରକାର କେବିକେ ଅନୁଦାନ ବନ୍ଦ କରିଛନ୍ତି । ହେଲେ ରାଜ୍ୟର ବିକାଶକୁ କେହି ରୋକିପାରିବେ ନାହିଁ । ବିଜୁ କେବିକେ ଯୋଜନାରେ ବିକାଶ କାମ ଜାରି ରହିବ । କାଳିଆ ଯୋଜନା ସାରା ଦେଶରେ ଆଦୃତ ହୋଇଛି । ଚାଷୀଙ୍କ ପିଲାଙ୍କ ପାଇଁ କାଳିଆ ବୃତ୍ତି ଯୋଜନା ଆରମ୍ଭ ହେଉଛି । ସେହିଭଳି ଏସସି/ଏସଟିଙ୍କ ପାଇଁ ରାଜ୍ୟ ସରକାର କାମ କରୁଛନ୍ତି ବୋଲି ନବୀନ କହିଛନ୍ତି ।

{"id":82153}

ସେପଟେ କୋରାପୁଟ ଜୟପୁରରେ ଆୟୋଜିତ ବିଜୁ ଯୁବ ବାହିନୀର ଯୁବ ସମାବେଶରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ କୋରାପୁଟରେ ୧୧ଶହ ୩୬ ଦଶମିକ ୪୧କୋଟି ମୂଲ୍ୟର ୩୧ଟି ଜନହିତକାରୀ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରେ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ, ୪୧ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର, କୋଲାବ ନଦୀ ଉପରେ ହାଇଲେଭଲ୍‌ ସେତୁ ଭଳି ଏକାଧିକ ଜନକଲ୍ୟାଣକାରୀ ପ୍ରକଳ୍ପ ରହିଛି ।

{"id":82154}

ଏଥି ସହ ରାଜ୍ୟର ୬ଟି ଜିଲ୍ଲାର ୧୩ଟି ପୌରାଞ୍ଚଳରେ ଥିବା ୧୨ହଜାର ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜାଗା ଯୋଜନାରେ ଭୂମି ପ୍ରମାଣ ପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ।  ଯେଉଁଥିରେ କୋରାପୁଟର ୯୧୨୫, ନବରଙ୍ଗପୁରର ୯୭୪, ବଲାଙ୍ଗିରର ୩୯୨, ରାୟଗଡ଼ାର ୮୬୨, ବୌଦ୍ଧର ୨୨୮, ନୟାଗଡ଼ର ୪୧୯ ଭୂମିହୀନ ଅଛନ୍ତି ।

{"id":82155}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.