Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

୧୦ ହଜାରୁ ଜୟନ୍ତୀ ଏକ୍କା କେମିତି ୧୦ ଲକ୍ଷରେ ପହଂଚାଇଲେ ତାଙ୍କ ଗ୍ରୁପ ବ୍ୟବସାୟ : ୨୦ ମିନିଟ ଧରି ମୁଖ୍ୟମନ୍ତ୍ରୀ ଶୁଣିଲେ ଜୟନ୍ତୀଙ୍କ ଜୟଯାତ୍ରା

14/11/2018 at 6:33 PM

ଭୁବନେଶ୍ବର ୧୪|୧୧: ମେକ୍ ଇନ ଓଡିଶା କନକ୍ଲେଭରେ ବଡ ବଡ ଶିଳ୍ପ ପତିଙ୍କୁ ମନେଇବା ପରେ ରାଜ୍ୟ ସରକାର ଆଜି ଫୋକସ କରିଥିଲେ ମହିଳା ଉଦ୍ୟୋଗୀଙ୍କ ଉପରେ । ଖାସ କରି ଏସଏସଜି ଗୋଷ୍ଠୀମାନେ କିପରି ଜଣ ଜଣେ ଉଦ୍ୟୋଗୀ ହୋଇପାରିବେ ସେନେଇ ଆୟୋଜନ ହୋଇଥିଲା  କାର୍ଯ୍ୟକ୍ରମ । ସେଲଫ ହେଲପ ଗ୍ରୁପର ମହିଳା ମାନଙ୍କ ସଫଳତାର କାହାଣି କହିଥିଲେ ସୁନ୍ଦରଗଡ଼ର ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଜୟନ୍ତୀ ଏକ୍କା । ୧୦ ହଜାରୁ କିପରି ସେ ୧୦ ଲକ୍ଷରେ ତାଙ୍କ ଗ୍ରୁପ ବ୍ୟବସାୟ ବହଁଚାଇଛନ୍ତି ତାହା କହିଥିଲେ । ନିଜର ୨୦ ମିନିଟର ବକ୍ତବ୍ୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଉପସ୍ଥିତ ଲୋକଙ୍କୁ ଖୁବ ପ୍ରଭାବିତ କରିପାରିଥିଲେ।

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ମହିଳାଙ୍କ ସଫଳତାର କାହାଣୀ । ମଞ୍ଚରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟଶାସନ ସଚିବଙ୍କ ସହିତ ରାଜ୍ୟ ସରକାରର ଆଗ ଧାଡ଼ିର ଅଧିକାରୀ ଓ ବିଭାଗୀୟ ମନ୍ତ୍ରୀ। ଆଗରେ ଥିଲେ ଶହ ଶହ ମହିଳା ଡେଲିଗେଟ୍‌ସ। ଆଉ ମଞ୍ଚରେ ନିଜ ସଫଳତା ବଖାଣୁଥିଲେ ଜଣେ ମହିଳା। ଯୁକ୍ତ ଦୁଇ ଯାଏଁ ପଢ଼ିଛନ୍ତି। ମାତ୍ର ୧୦ ହଜାର ଟଙ୍କାରରୁ ଆରମ୍ଭ କରିଥିବା ସ୍ବୟଂ ସହାୟକ ଗୋଷ୍ଠୀ ଏବେ ୧୦ ଲକ୍ଷ ଟଙ୍କା ଯାଏଁ ପହଞ୍ଚିଛି, ସେହି କାହାଣୀ ବଖାଣଉଥିଲେ।

ଏ ହେଉଛନ୍ତି ସୁନ୍ଦରଗଡ ବାଲି ଶଙ୍କରା ବ୍ଲକର କଲ୍ୟାଣୀ ସଂୟ ସହାୟକ ଗୋଷ୍ଠୀର ସଭାନେତ୍ରୀ ଜୟନ୍ତୀ ଏକ୍କା। ଜୟନ୍ତୀ ୨୦୦୧ରେ ୯ ଜଣ ମହିଳାଙ୍କୁ ନେଇ ଗଢ଼ିଥିଲେ କଲ୍ୟାଣୀ ସଂୟ ସହାୟକ ଗୋଷ୍ଠୀ । ସ୍କୁଲରେ ଅଣ୍ଡା ସପ୍ଲାଏ, ଛତୁଆ ଯୋଗାଣ, ମିଡଡେ ମିଲ,ଚାଷୀଙ୍କ ଠାରୁ ଧାନ କିଣା ଭଳି କାରବାର, ଛତୁଆ ଯୋଗାଣରୁ ତାଙ୍କ କାରବାର ଆରମ୍ଭ ହୋଇଥିଲା । ଏବେ ଫ୍ଲାଏ ଆସ୍ ପ୍ରୋଜେକ୍ଟ କରିଛନ୍ତି ଏହି ଗ୍ରୁପ । ଏସବୁ କାହାଣୀ ବଖାଣୁଥିଲେ ଜୟନ୍ତୀ ।ଯଦିଓ ସମୟ ଅଭାବ ନେଇ କିଛି ଅଧିକାରୀ ତାଙ୍କୁ ସଂକ୍ଷେପ କରିବାକୁ ଅନୁରୋଧ କରୁଥାନ୍ତି। କିନ୍ତୁ ଭାବ ପ୍ରବଣ ଭାବେ ନିଜ କାହାଣୀ କହିଚାଲିଥାନ୍ତି ଜୟନ୍ତି।

ମୁଖ୍ୟମନ୍ତ୍ରୀ ୨୦ ମିନିଟ ଧରି ଶୁଣିଥିଲେ ଜୟନ୍ତିଙ୍କ ଯାତ୍ରା । ସେହିପରି ଆଜି ମେକ ଇନ ଓଡ଼ିଶାରେ ସାମିଲ ହୋଇଥିବା ମ୍ୟାନେଜମେଣ୍ଟ ଛାତ୍ରୀମାନେ ମଧ୍ୟ ତାଙ୍କ କାହାଣୀକୁ ନେଇ ସଫଳତାର ଖିଅ ଖୋଜିଥିଲେ। ଜଣେ ମହିଳା ସଶକ୍ତ ହେଲେ କିପରି ପୂରା ପରିବେଶ ବଦଳିଯିବ କହିଥିଲେ ମୁଖ୍ୟମନ୍ତ୍ରୀ।

ଦୁଇ ଝିଅଙ୍କୁ ନେଇ ଜୟନ୍ତିଙ୍କ ପରିବାର । ଆଠ ଭାଇ ଭଉଣୀ ଭିତରେ ସେ ସବା ସାନ । ହେଲେ ଆତ୍ମ ବିଶ୍ବାସ ହିଁ ତାଙ୍କୁ ସଫଳତା ଆଣି ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଠିଆ ହୋଇ ଦୁଇ ପଦ ନିଜ ବିଷୟରେ କହି ଥିବାରୁ ତାଙ୍କ ପରିବାର ଆଜି ଖୁବ ଗର୍ବିତ ବୋଲି କହିଛନ୍ତି ।

   Related Posts