Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଓଡିଆ ଷ୍ଟାଇଲରେ କ୍ୟାପଟେନମାନଙ୍କୁ ସ୍ବାଗତ କଲେ ନବୀନ,୧୬ କ୍ୟାପଟେନଙ୍କ ସହ ଫଟୋସେସନ

26/11/2018 at 6:32 PM

ଭୁବନେଶ୍ୱର ୨୬/୧୧ : ୧୬ କ୍ୟାପଟେନଙ୍କ ସହ ନବୀନ ଫଟୋସେସନ । ପୁରା ଓଡିଆ ଷ୍ଟାଇଲରେ ମନ୍ଦିର ମାଳିନୀ ଭୁବନେଶ୍ବରରେ, କ୍ୟାପଟେନମାନଙ୍କୁ ସ୍ବାଗତ କରିଛନ୍ତି ନବୀନ । ଏଥିପାଇଁ  ମୁକ୍ତେଶ୍ବର ମନ୍ଦିର ରେ ଆୟେ।ଜିତ ଏକ ସ୍ବତନ୍ତ୍ର କାଯ୍ୟକ୍ରମରେ କ୍ୟାପଟେନ ମାନଙ୍କୁ ଓଡିଆ ସଂସ୍ଖତିର ଝଲକ ଦେଖେଇଛି ଆୟୋଜକ ଓଡିଶା । ସେପଟେ ବିଶ୍ବକପ ଆୟେ।ଜନରେ ଯେଭଳି ତ୍ରୁଟି ନ ରୁହେ ସେଥପାଇଁ ଭଗବାନ ଭରସାରେ ଅଛନ୍ତି କ୍ରୀଡା ମନ୍ତ୍ରୀ ।

୧୬ ହକି କ୍ୟାପଟେନଙ୍କ ସହିତ କ୍ୟାପଟେନ ନବୀନ । ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ କଲେ ଫଟୋ ସେସନ । ଓଡ଼ିଆ ଆନ୍ଦାଜରେ କଲେ ସ୍ବାଗତ । ମନ୍ଦିର ମାଳିନୀ ଭୁବନେଶ୍ବରର ଝଲକ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ ଟିମର କ୍ୟାପଟେନଙ୍କ ସହ ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ରେ ଫଟୋ ସେସନ ଯୋଗ ଦେଇଛନ୍ତି ।  ଖେଳାଳିମାନଙ୍କୁ ଜଣାଇଛନ୍ତି ଶୁଭେଚ୍ଛା। ୧୬ ଟି ଦେଶର ପତାକା ତଳେ କ୍ୟାପଟେନମାନେ ଠିଆ ହୋଇ ଏଭଳି କନଫିଡେନସ ଦେଖାଇଛନ୍ତି । ଏହାପରେ ଜଣଙ୍କ ପରେ ଜଣେ କ୍ୟାପଟେନଙ୍କ ସହ ହ୍ୟାଣ୍ଡସେକ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ନବୀନ ।

ପ୍ରଥମ କରି ଏତେ ବିଶାଳ ଆୟୋଜନ କରୁଛି ଓଡିଶା ।  କାଳେ କୌଣସି ସ୍ଥାନରେ ତ୍ରୁଟି ରହିଯିବ, ବିବାଦ ଉପୁଯିବ ସେ ଭୟ ବି ମନରେ ରହିଛି। ତେବେ କ୍ରୀଡ଼ାମନ୍ତ୍ରୀ ଏଥିପାଇଁ ଭଗବାନଙ୍କ ଶରଣରେ ଯାଇଛନ୍ତି । ଆଜି ବଡ଼ି ସକାଳୁ କଳିଙ୍ଗ ଷ୍ଟାଡିୟମରେ କ୍ରୀଡା ମନ୍ତ୍ରୀ ନିଜେ ଉପସ୍ଥିତ ରହି ହୋମ ଯଜ୍ଞ କରିଛନ୍ତି ।  ହକି ବିଶ୍ବକପ କେମିତି ଶୃଙ୍ଖଳାରେ ଶେଷ ହେବ ସେଥିପାଇଁ ଭଗବାନ ଙ୍କୁ ଦଣ୍ଡବତ ମାରି ମନାସିଛନ୍ତି। ବାଇଟ ଚନ୍ଦ୍ର ସାରଥି ବେହେରା କ୍ରୀଡା ମନ୍ତ୍ରୀ ।

ସେପଟେ କାଲି ଉଦ୍‌ଘାଟନୀ ଉତ୍ସବ ପାଇଁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ରାଜ୍ୟର ଅନ୍ୟ ଅଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ଅପରାହ୍ନ ୧ଟା ୩୦ ମିନିଟ୍  ଠାରୁ ବନ୍ଦ ରହିବ । ଭୁବନେଶ୍ବର ସମେତ ସାରା ରାଜ୍ୟର ସରକାରୀ କାର୍ଯ୍ୟାଳୟଗୁଡ଼ିକ ଆସନ୍ତାକାଲି ବିଶ୍ବକପ ହକି ଉଦଘାଟନୀ ଉତ୍ସବ ପାଇଁ ଅପରାହ୍ନ ୧ଟା ୩୦ରୁ ବନ୍ଦ ରହିବ ।  ନଭେମ୍ବର ୨୮ ବୁଧବାର ଦିନ କଟକର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଅପରାହ୍ନ ୧ଟା ୩୦ ମିନିଟ୍  ଠାରୁ ବନ୍ଦ ରହିବ ।

ହକି ବିଶ୍ବକପର ଉଦଘାଟନୀ ଉତ୍ସବକୁ ଷ୍ଟାର ଷ୍ଟଡେଡ କରିବାକୁ ପୁରା ପ୍ରୟାସ ହୋଇଛି । ବଲିଉଡ ଡିଭା ମାଧୁରୀ ଦିକ୍ଷିତ ପହଞ୍ଚି ସାରିଛନ୍ତି । ଡ୍ୟାନ୍‌ସ ପରଫର୍ମ କରିବେ ମାଧୁରୀ ।  ସେହିପରି ସୁପର ଷ୍ଠାର ଶାହାରୁଖ ଖାନ ଉଦଘାଟନୀ ସଂଧ୍ୟାରେ ଯୋଗ ଦେବେ । ଏ ଆର୍ ରେହେମାନଙ୍କ ସ୍ବରର ଯାଦୁ ରେ ପୁରା ମତୁଆଲା ହେବା ପାଇଁ ଦର୍ଶକ ଅପେକ୍ଷାରେ ରହିଛନ୍ତି । ସେପଟେ  କଟକ ଉଦ୍‌ଘାଟନୀ ଉତ୍ସବରେ ସଲମନ ଖାନ ଯୋଗ ଦେଉଥିବା ନେଇ ଚର୍ଚ୍ଚା ହେଉଛି ।

   Related Posts