Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ, ୩୩୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୦୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଚିରାଗଙ୍କ ହାତରୁ ଖସିଲା କମାଣ୍ଡ୍ : ଚାଚା ପଶୁପତିଙ୍କୁ ଗ୍ରୀନ ସିଗନାଲ୍, LJP ସଂସଦୀୟ ଦଳର ନେତା ହେଲେ ପାରସ
  • ||
  • ସାରା ବିଶ୍ୱର ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ : ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା
  • ||
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

ପଞ୍ଚଦଶ ଅର୍ଥ କମିଶନଙ୍କ ନିକଟରେ ବିପର୍ଯ୍ୟୟ ପରିଚାଳନା ପାଇଁ ୧୫ଶହ କୋଟି ଦାବି କଲେ ନବୀନ

9/01/2019 at 2:00 PM

ଭୁବନେଶ୍ବର ୯|୧: ପଞ୍ଚଦଶ ଅର୍ଥ କମିଶନଙ୍କ ନିକଟରେ ଆଜି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଏସଟି ବାବଦରେ ଦିଆଯାଉଥିବା କ୍ଷତିଭରଣା ଆଉ ୧୦ ବର୍ଷ ବଢାଇବାକୁ ଦାବି କରିଛନ୍ତି ନବୀନ ।  ସେହିଭଳି ଟିକସ ଭାଗିଦାରୀରେ ଦିଆଯାଉଥିବା କେନ୍ଦ୍ରୀୟ ପାଣ୍ଠି ୪୨ ପ୍ରତିଶତରୁ ୫୦ ପ୍ରତିଶତ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଏହାସହ କେନ୍ଦ୍ରୀୟ ସେସ୍‌ ଏବଂ ସରଚେଜ୍‌ରେ ରାଜ୍ୟଗୁଡିକୁ ଭାଗିଦାରୀ ମିଳୁ ବୋଲି ନବୀ ଦାବି ଉଠାଇଛନ୍ତି। ୧୯୭୧ ଜନଗଣନା ହିସାବକୁ ନେଇ ଅନୁଦାନ ପ୍ରଦାନ କରାଯାଉ । ବିଭିନ୍ନ କ୍ଷେତ୍ରରେ ଓଡିଶା ପଛରେ ପଡିବାର କାରଣ ଦର୍ଶାଇ ନବୀନ କହିଛନ୍ତି କେନ୍ଦ୍ର ସରକାର ଲଗାତର ଭାବେ ଓଡିଶାକୁ ଅବହେଳାର କରିଆସିଛନ୍ତି । ପ୍ରତି ଦୁଇ ବର୍ଷରେ ଓଡିଶା ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ।  ଶିଳ୍ପ, ପାନୀୟ ଜଳ, ଜଳସେଚନ, ରାସ୍ତା ନିର୍ମାଣ ଭଳି ବିଭିନ୍ନ କ୍ଷେତ୍ରରେ ରାଜ୍ୟକୁ ଅବହେଳା କରାଯାଉଛି । କେବିକେ ପ୍ରୋଜେକ୍ଟରୁ ମଧ୍ୟ ଅର୍ଥ କାଟ୍ କରାଯାଉଛି । ସେଥିପାଇଁ ଓଡିଶା ସ୍ବତନ୍ତ୍ର ରାଜ୍ୟ ପାହ୍ୟ ଦାବି ରଖିଆସୁଛି । ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି ଉଠାଇଛନ୍ତି ନବୀନ । ଏହାସହ ବାତ୍ୟା ଆଶ୍ରୟ ସ୍ଥଳୀ ଓ ଆଗୁଆ ସତର୍କ ସୂଚନା ପାଇଁ ୧୫୦୦ କୋଟି ଟଙ୍କାର ସହାୟତା ଦେବାକୁ ଦାବି କରିଛନ୍ତି ନବୀନ ପଟ୍ଟନାୟକ । ଆଜି ପଞ୍ଚଦଶ ଅର୍ଥ କମିଶନଙ୍କ ସହ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।

   Related Posts